ସହରକୁ ସ୍ବଚ୍ଛ ରଖିବା ଯୋଜନା : ପ୍ରତିଷ୍ଠା ହେବ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ

ନୟାଗଡ଼ ଅଫିସ,୫ା୮: ସହର ସ୍ବଚ୍ଛ ରଖିବାକୁ ନୟାଗଡ଼ ପୌରପାଳିକା ପକ୍ଷରୁ ଯୋଜନା କରାଯାଇଛି। ଏଥିଲାଗି ସହର ଉପକଣ୍ଠ କ୍ଷେତ୍ରୀବରପୁରଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ପ୍ରଥମେ ସହରରେ ରହୁଥିବା ପରିବାରଗୁଡ଼ିକରୁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ପୌରସଂସ୍ଥା ଦ୍ୱାରା ନିୟୋଜିତ ସଫେଇ କର୍ମଚାରୀମାନେ ଅଲଗା ଭାବେ ସଂଗ୍ରହ କରିବେ। ପରେ ଏହାକୁ ନିର୍ମାଣ ହେବାକୁ ଥିବା ଉକ୍ତ ପ୍ଲାଣ୍ଟକୁ ପଠାଯିବ। ସେଠାରେ ଓଦା ବର୍ଜ୍ୟବସ୍ତୁ ଏକ କୁଣ୍ଡରେ ପକାଯିବ। ଏହା ପରେ ସେଥିରେ ଗୁଡ଼ ଓ ଲୁଣ ଦିଆଯିବ। ୨୧ଦିନ ପରେ ଉକ୍ତ ବର୍ଜ୍ୟବସ୍ତୁ କମ୍ପୋଷ୍ଟ ଖତରେ ପରିଣତ ହେଲେ ତାହାକୁ ବିକ୍ରି କରାଯିବ। ଉକ୍ତ ପ୍ଲାଣ୍ଟରେ ଏହିଭଳି ୨୮ଟି କୁଣ୍ଡ କରାଯାଇ ପ୍ରତି କୁଣ୍ଡରେ ସେହିଦିନ ବାହାରୁଥିବା ଅଳିଆ ପକାଯିବ। ସେହିଭଳି ଶୁଖିଲା ବର୍ଜ୍ୟବସ୍ତୁକୁ ମଧ୍ୟ ଅଲଗା କରାଯିବ। ଭଙ୍ଗା ଲୁହା, କାଚ, ପ୍ଲାଷ୍ଟିକ ଆଦି ପଦାର୍ଥଗୁଡ଼ିକୁ ଅଲଗା କରାଯାଇ କବାଡ଼ିଆକୁ ବିକ୍ରି କରାଯିବ। ଯେଉଁଗୁଡ଼ିକ ନବୀକରଣ ହୋଇପାରିବ ନାହିଁ ତାହାକୁ କଟକର ଏକ ସିମେଣ୍ଟ କାରଖାନାକୁ ଦିଆଯିବ। ଏହିପରି ସହରର ସମସ୍ତ ଅଳିଆ, ଆର୍ବଜନାକୁ ପ୍ଲାଣ୍ଟରେ ପରିଚାଳନା କରାଯାଇ ଆୟ ଉତ୍ସରେ ପରିଣତ କରାଯିବ।
ପ୍ରକାଶ ଯେ, ପ୍ରତିଦିନ ସହରରୁ ପ୍ରାୟ ୧୦ଟନ୍‌ ଅଳିଆ ବାହାରୁଛି। ତେବେ ପୌର ପରିଷଦର ସୀମା ବଢ଼ିଯିବା ଫଳରେ ଏହା ୧୫ ଟନ୍‌କୁ ବୃଦ୍ଧି ପାଇବା ଆକଳନ କରାଯାଇଛି। ଏତେ ପରିମାଣର ବର୍ଜ୍ୟବସ୍ତୁ ପରିଚାଳନା କରାଯିବା ପାଇଁ ଉକ୍ତ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହାଦ୍ୱାରା ପରିବେଶ ସ୍ବାସ୍ଥ୍ୟକର ଓ ସ୍ବଚ୍ଛ ରହିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରକାଶ କରିଛନ୍ତିି। ବର୍ତ୍ତମାନ ସହରରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରୁ କିଛି ମହିଳାଙ୍କୁ ସ୍ବଚ୍ଛ ସାଥୀ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରତି ୬୦୦ ପରିବାର ପାଇଁ ଜଣେ ସ୍ବଚ୍ଛ ସାଥୀଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ପ୍ରତି ୨୪୦୦ ପରିବାରରେ ଜଣେ ସୁପରଭାଇଜରଙ୍କୁ ନିଯୁକ୍ତ କରାଯାଇଛି। ସ୍ବଚ୍ଛ ସାଥୀମାନେ ସହରର ଘର ଘର ବୁଲି କାହା ଘରୁ କେତେ ଅଳିଆ ବାହାରୁଛି ତାହା ଦେଖିବା ସହିତ ଓଦା ଓ ଶୁଖିଲା ଆବର୍ଜନା ଅଲଗା ରଖିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇବେ। ସୁପରଭାଇଜରମାନେ ଏହାକୁ ତଦାରଖ କରିବେ। ବର୍ତ୍ତମାନ ସହରରୁ ବାହାରୁଥିବା ଅଳିଆ ସଦର ଥାନା ନିକଟ ଭାଲୁଖୋଲଠାରେ ପଡ଼ୁଛି। ଫଳରେ ପରିବେଶ ପ୍ରଦୂଷିତ ହେଉଛି। କ୍ଷେତ୍ରୀବରପୁରଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ହେବା ଦ୍ୱାରା ପରିବେଶ ପ୍ରଦୂଷିତ ହେବ ନାହିଁ। ସେହିପରି ଭାଲୁଖୋଲଠାରେ ମଳ ଖାଲ କରାଯିବାକୁ ଯୋଜନା ରହିଛି। ଏହି ଯୋଜନା ଦ୍ୱାରା ସହରର ବିଭିନ୍ନ ପାଇଖାନାରୁ ମଳ ସଂଗ୍ରହ କରାଯାଇ ଉକ୍ତ ସ୍ଥାନରେ ହୋଇଥିବା କୁଣ୍ଡ(ଗାତ)ରେ ପକାଯିବ। ପରେ ତାହାକୁ ପରିଚାଳନା କରାଯାଇ ସେଥିରୁ ଜଳ ବାହାର କରାଯାଇ ନିକଟରେ ହେବାକୁ ଥିବା ପାର୍କ ନିମନ୍ତେ ବ୍ୟବହାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri