ସହଜ ଉପାୟରେ ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ କିଓ୍ବି ସ୍କିନ ଟୋନର: ଯାହା ତ୍ୱଚାକୁ କରିବ ଉଜ୍ଜ୍ୱଳ

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ତେବେ ଖାଲି ଖାଇବାକୁ ଏହା ସ୍ବାଦିଷ୍ଠ ଲାଗିଥାଏ ନ ଥାଏ, ବରଂ ତ୍ୱଚା ପାଇଁ ବରଦାନ ସଦୃଶ ହୋଇଥାଏ। ଖରାଦିନେ ତ୍ୱଚାକୁ ଉଜ୍ଜ୍ୱଳ ରଖିଥାଏ। ତେବେ ଜାଣନ୍ତୁ ଘରେ କିଓ୍ବି ଟୋନର ପ୍ରସ୍ତୁତ କରିବା ପ୍ରଣାଳୀ, ଯାହାର ବ୍ୟବହାର ଦ୍ୱାରା ତ୍ୱଚା ସୁନ୍ଦର ହେବା ସହିତ ଉଜ୍ଜ୍ୱଳ କରିଥାଏ।

ଆବଶ୍ୟକ ସାମଗ୍ରୀ:

-୧ କିଓ୍ବି
– ୪ ଚାମଚ ଗୋଲାପ ଜଳ
– ୧ ଚାମଚ ଲେମ୍ବୁରସ
– ୧ ଚାମଚ ମହୁ

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କିଓ୍ବିରୁ ଚୋପା ଛଡ଼ାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
ସେଥିରେ ଲେମ୍ବୁରସ, ଗୋଲାପ ଜଳ, ମହୁ ମିଶାଇ ଦିଅନ୍ତୁ। ଏହାକୁ ଏକ ବୋତଲରେ ରଖି ପ୍ରତିଦିନ ରାତିରେ ମୁହଁରେ ଲଗାନ୍ତୁ।