ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

ବରଗଡ଼ ଅଫିସ, ୧୬।୧୧: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ସକାଳୁ ବରଗଡ଼ ଉଠା ଜଳସେଚନ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ସହକାରୀ ଯନ୍ତ୍ରୀ ବୈକୁଣ୍ଠ ରାଉତଙ୍କ ବରଗଡ଼ର ଥିବା ଗଙ୍ଗାଧର ନଗର ସ୍ଥିତ ଭଡ଼ାଘର, ଉଠାଜଳସେଚନ ବିଭାଗ ଅଫିସ, ଭୁବନେଶ୍ବର, ଯାଜପୁର ଆଦି ୬ଟି ସ୍ଥାନରେ ଏହି ଚଢାଉ କରାଯାଇଛି। ଭୁବନେଶ୍ୱର ଡିଭିଜନ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ବର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମନୋରଞ୍ଜନ ପାଇକରାୟ, ଶିବନାରାୟଣ ଭଦ୍ର ପ୍ରମୁଖଙ୍କ ନେତୃତ୍ୱରେ ଏହି ଚଢାଉ ଜାରି ରହିଛି।