ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୧୮।୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ମୟୂରଭଞ୍ଜ ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ବାରିପଦା ସହର ପ୍ରଫୁଲ୍ଲ ନଗରସ୍ଥିତ ବାସଭବନ, ଉଦଳା ନୁଦଡିହାସ୍ଥିତ ପୈତୃକଘର, ବାଙ୍ଗିରିପୋଷିସ୍ଥିତ କତରା ଗ୍ରାମର ଶ୍ୱଶୁରଘର ଏବଂ ଭୁବନେଶ୍ୱରସ୍ଥିତ ଫ୍ଲାଟ୍‌ରେ ଏକାସଙ୍ଗରେ ଚଢ଼ାଉ ଚାଲିଛି। ବାରିପଦା, ବାଲେଶ୍ବର ଏବଂ କେନ୍ଦୁଝର ଭିଜିଲାନ୍ସ ମିଳିତ ଭାବେ ଏହି ଚଢ଼ାଉ ଜାରି ରଖିଛନ୍ତି।