ସଶସ୍ତ୍ର ଡକାୟତଙ୍କ ଲୁଟ୍‌ ଉଦ୍ୟମ: ଆକ୍ରମଣରେ ବାପଝିଅ ଗୁରୁତର

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡା ଗାଁର ଏକ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛନ୍ତି। ୬ଜଣ ସଶସ୍ତ୍ର ଡକାୟତ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ କରିଥିବା ବେଳେ ପରିବାରର ୨ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନେ ହେଲେ କ୍ଷୀରୋଦ ବେହେରା ଓ ତାଙ୍କ ଝିଅ।

ସୂଚନାନୁଯାୟୀ, ଉକ୍ତ ଗ୍ରାମର କ୍ଷୀରୋଦ ବେହେରାଙ୍କ ନିର୍ମାଣାଧୀନ ଘରେ ପଶି ୬ଜଣ ଡକାୟତ ଲୁଟ୍‌ ଉଦ୍ୟମ କରିଥିଲେ। ଏଥିରେ ପ୍ରତିରୋଧ କରିବାରୁ ଡକାୟତମାନେ ବନ୍ଧୁକରେ କ୍ଷୀରୋଦ ଓ ତାଙ୍କ ଝିଅଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଉଭୟ ଗୁରୁତର ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଡକାୟତମାନେ କେବଳ ମୋବାଇଲ ଲୁଟି ନେଇ ପଳାଇଥିବା ଜଣାପଡ଼ିଛି।