ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ବିଦେଶରେ ବି ସେ ଖୁବ ଚର୍ଚ୍ଚିତ। ସେ ବଲିଉଡ ସହିତ ହଲିଉଡ ଫିଲ୍ମ ବି କରୁଛନ୍ତି। ଏହି କାରଣରୁ ସେ ଚଳିତବର୍ଷ ଗୁଗୁଲ ସର୍ଚ୍ଚରେ ବଲିଉଡ ବାଦଶାହ ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୮ ଅକ୍ଟୋବରରୁ ୨୦୧୯ ଅକ୍ଟୋବର ମଧ୍ୟରେ ୨.୭୪ ମିଲିୟନ ଲୋକ ପ୍ରିୟଙ୍କାଙ୍କୁ ସର୍ଚ୍ଚ କରିଛନ୍ତି। ସଲମାନଙ୍କୁ ୧.୮୭ ମିଲିୟନ ଲୋକ ସର୍ଚ୍ଚ କରିଛନ୍ତି। ଏହି ଲିଷ୍ଟରେ ଶାହରୁଖ ତୃତୀୟ ସ୍ଥାନରେ ଅଛନ୍ତି। ଅନେକ ଦିନ ପରେ ପ୍ରିୟଙ୍କା ବଲିଉଡ୍‌ରେ କମ୍‌ବ୍ୟାକ୍‌ କରୁଛନ୍ତି। ‘ସ୍କାଏ ଇଜ୍‌ ଦ ପିଙ୍କ୍‌’ ଫିଲ୍ମରେ ସେ ଅଭିନୟ କରୁଛନ୍ତି। ଫିଲ୍ମରେ ତାଙ୍କ ସହ ଫରହାନ ଅଖତର ଲିଡ୍‌ ରୋଲରେ ନଜର ଆସିବେ।

Share