ସଲମାନ୍‌, ଅମୀରଙ୍କୁ କେବେ ପ୍ରଶଂସା କରନ୍ତିନି ଏହି ପ୍ରଯୋଜକ

ନିଜର ଦମ୍‌ଦାର ଅଭିନୟ ପାଇଁ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଖବର ବଲିଉଡ୍‌ ସହିତ ସମଗ୍ର ଦେଶରେ ଥିବା ପ୍ରଶଂସକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ଅମିତାଭଙ୍କୁ ସଲମାନ୍‌ ଏବଂ ଅମୀର ପ୍ରଶଂସା କରିଥିବାବେଳେ ଏହି ଦୁଇ ଅଭିନେତାଙ୍କୁ କିନ୍ତୁ ଜଣେ ପ୍ରଯୋଜକ କେବେ ପ୍ରଶଂସା କରନ୍ତିନି। ଏକଥା ନିଜେ କହିଛନ୍ତି, ଅଭିନେତା ତଥା ପ୍ରଯୋଜକ କମଲ ରାସିଦ୍‌ ଖାନ୍‌ (କେଆର୍‌କେ)।

ସବୁ ସମୟରେ ସୋସିିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା କେଆର୍‌କେ ଟୁଇଟ୍‌ କରି କହିଛନ୍ତି, ମୁଁ ଅମିତାଭ, ଅନୀଲ କପୁର, ଶାହାରୁଖ୍‌, ସଞ୍ଜୟ ଦତ୍ତଙ୍କ ବଡ଼ ଫ୍ୟାନ୍‌। କିନ୍ତୁ ସଲ୍‌ମାନ ଏବଂ ଅମୀରଙ୍କୁ କେବେ ପ୍ରଶଂସା କରେ ନାହିଁ। କେଆର୍‌କେଙ୍କ ଏହି ଟୁଇଟ୍‌କୁ କିଛି ୟୁଜର ପସନ୍ଦ କରିଥିବାବେଳେ ଆଉ କିଛି ଟ୍ରୋଲ୍‌ ମଧ୍ୟ କରିଛନ୍ତି।

Share