ସଲମାନ୍‌ଙ୍କ ସହ କାମ କରିବା ପାଇଁ ୪ଗୁଣା ଫିସ୍‌ ବଢ଼ାଇଲେ ପୂଜା

ତାମିଲ ତଥା ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ ଚାହିଦା ଏବେ ଆକାଣ ଛୁଁଆ। ‘ହାଉସଫୁଲ-୪’ ଏବଂ ଆଲୁ ଅର୍ଜୁନଙ୍କ ସହ ‘ଅଲ୍ଲା ବୈକୁଣ୍ଠପୁରାମୁଲୁ’ ରେ କାମ କରିଛନ୍ତି ପୂଜା। ଦୁଇଟି ଯାକ ଫିଲ୍ମ ହିଟ୍‌ ହେବା ପରେ ତାଙ୍କ ଡିମାଣ୍ଡ ବଢ଼ିଯାଇଛି। ଏବେ ତାଙ୍କୁ ସଲମାନ୍‌ ଖାଁଙ୍କ ସହ ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି। ଏହା ହେଲା ସାଜିଦ ନଦିଆଓ୍ବାଲାଙ୍କ ଫିଲ୍ମ ‘କଭି ଈଦ କଭି ଦିଓ୍ବାଲୀ’। ଏଥିରେ କାମ କରିବା ପାଇଁ ପୂଜା ତାଙ୍କ ଫିସ୍‌କୁ ୪ଗୁଣା ବଢ଼ାଇ ଦେଇଛନ୍ତି। ଏଥିସହ ପୂଜାଙ୍କ ହାତରେ ଆଉ ଏକ ଫିଲ୍ମ ‘ଜାନ’ ରହିଛି। ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜୁଛନ୍ତି ‘ବାହୁବଳୀ’ ଅଭିନେତା ପ୍ରଭାସ।

Share