ସଲମାନ୍‌ଙ୍କ ପିଛା ଛାଡୁନି ବୁଲା କୁକୁର

ବଲିଉଡ୍‌ର ଭାଇଜାନ୍‌ ସଲମାନଙ୍କ ପିଛା ଛାଡିଲାନି ବୁଲା କୁକୁର। କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସତ। ନିକଟରେ ସଲମାନ ଆଇଫା ଆଓ୍ବାର୍ଡରେ ଭାଗ ନେବା ଅବସରରେ ତାଙ୍କୁ ପିଛା କରିଥିଲା ଏକ ବୁଲା କୁକୁର। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସଲମାନଙ୍କ ଆଗାମୀ ଫିଲ୍ମ ଦବଙ୍ଗ-୩ ଅଭିନେତ୍ରୀ ସାଇ ମଞ୍ଜେରକରଙ୍କ ସହ ଆଓ୍ବାର୍ଟ ଶୋ’ରେ ଏଣ୍ଟ୍ରି କରିଥିଲେ। ସଲ୍ଲୁ ଶୋ’ ଏଣ୍ଟ୍ରି କରିବା ମାତ୍ରେ ତାଙ୍କ ପଛେ ପଛେ କୁକୁରଟି ଭିତରକୁ ପଶିଆସିଥିଲା। ତାକୁ ଘଉଡାଇଲେ ମଧ୍ୟ ସେ ଯାଇ ନ ଥିଲା। ସଲମାନ ଯୁଆଡେ ଯାଉଥିଲେ ତାଙ୍କ ପଛେ ପଛେ କୁକୁରଟି ଯାଉଥିଲା। ଶୋ’ର ଆଙ୍କର ଆଦିତି ଭାଟ୍ଟିଆ କୁକୁରଟିର ସାକ୍ଷାତକାର ନେଇଥିଲେ।

Share