ସଲମାନଙ୍କ ଶୋ’ରେ ଆସିବେ ରବିନା

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ଛୋଟ ପରଦା ଆଡେ ମୁହାଁଇଛନ୍ତି। ପ୍ରଯୋଜନା ହେଉ ବା ହୋଷ୍ଟ ଏବେ ସଲମାନ ବୋଧହୁଏ ଟିକେ ଛୋଟ ପରଦା ପ୍ରେମରେ ପଡି ଯାଇଛନ୍ତି। କପିଲ ଶର୍ମା ଶୋ’ ପ୍ରଯୋଜନା କରିବା ପରେ ଏବେ ଆଉ ଏକ ଡ୍ୟାନ୍ସ ରିୟଲିଟି ଶୋ’ର ପ୍ରଯୋଜନା କରିବେ ବୋଲି ଶୁଣିବାକୁ ମିଳିଛି। ସଲମାନ ଏଥର ‘ନଚ୍‌ ବଲିୟେ’ର ପ୍ରଯୋଜନା କରିବାକୁ ଯାଉଛନ୍ତି। ଆଉ ଏହି ଶୋ’ରେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ବିଚାରକ ମଞ୍ଚରେ ବସିବେ ବୋଲି କୁହାଯାଉଛି। ମନିଷ ପଲ ଏହାର ହୋଷ୍ଟ କରିବେ। ଏହାକୁ ନେଇ ରବିନା ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିବା ପରେ ଏହ ଜଣାପଡିଛି। ତେବେ ଏଥିରେ ରବିନାଙ୍କ ନୂଆ ଲୁକ୍‌କୁ ଦର୍ଶକେ ପସନ୍ଦ କରିବେ ବୋଲି କୁହାଯାଉଛି।

Share