Posted inଜାତୀୟ

ସଲମାନଙ୍କୁ ହତ୍ୟା ପାଇଁ ଚଳାଇଥିଲେ ଗୁଳି

ମୁମ୍ବାଇ, ୧୭।୪: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ଘର ସାମ୍‌ନାରେ ଗୁଳି ଚାଳନା ମାମଲାରେ ଅଭିଯୁକ୍ତ ଭିକି ଗୁପ୍ତା ଓ ସାଗର ପାଲ୍‌ଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ପଠାଇଛି। ବିହାରର ଏହି ୨ ଅଭିଯୁକ୍ତଙ୍କୁ ଗୋଇନ୍ଦା ତଥ୍ୟ ଆଧାରରେ ସୋମବାର ବିଳମ୍ବିତ ରାତିରେ ଅହମଦାବାଦ ପୋଲିସ ଗୁଜରାଟର କଚ୍ଛରୁ ଗିରଫ କରି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ତେବେ କ୍ରାଇମବ୍ରାଞ୍ଚ ଏହି ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଙ୍କ ନିକଟରେ ହାଜର କରିଥିଲା। ଘଟଣା ସମୟରେ ଭିକି ବାଇକ ଚଲାଉଥିବାବେଳେ ସାଗର ପଛରେ ବସିଥିଲେ। ସଲମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସାଗର ଗୁଳି ଚାଳନା କରିଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ କୋର୍ଟଙ୍କ ସମ୍ମୁଖରେ ବୟାନ ରଖିଛନ୍ତି। ସଲମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ସାଗର ଗୁଳି ଚାଳନା କରିଥିବା କୋର୍ଟଙ୍କ ନିକଟରେ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ତେବେ ଷଡ଼ଯନ୍ତ୍ରକୁ ପ୍ରଘଟ କରିବା ସହ ଘଟଣା ପଛର ମାଷ୍ଟର ମାଇଣ୍ଡକୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ପଚରାଉଚରା ପାଇଁ ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ତେବେ ୨ ଅଭିଯୁକ୍ତଙ୍କୁ ଆସନ୍ତା ୨୫ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା ରାୟବରେଲିରୁ, ରାହୁଲ ଆମେଠିରୁ ଲଢିବେ ନାହିଁ ନିର୍ବାଚନ, ରହିଛି ଏହି କାରଣ

ନୂଆଦିଲ୍ଲୀ,୩୦।୪: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ...

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨...

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ଖରାପ ଖବର! କମ୍ପାନୀ ମାନିଲା ହୋଇପାରେ ବ୍ଲଡ କ୍ଲଟିଂ ଭଳି ସାଇଡ ଇଫେକ୍ଟ

ନୂଆଦିଲ୍ଲୀ,୩୦।୪: କୋଭିଡ ଟିକା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟାର ସମସ୍ତ ଦାବି ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏକ ବଡ଼ ତଥ୍ୟ ଦେଇଛି। କୋର୍ଟରେ ଉପସ୍ଥାପିତ...

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri