Posted inଖେଳ

ସରୱନଙ୍କୁ ‘ସାପ’ କହିଲେ ଗେଲ୍

‌ନୂଆଦିଲ୍ଲୀ, ୨୯।୪: କ୍ୟାରିବିୟାନ ପ୍ରିମିୟର ଲିଗ୍‌(ସିପିଏଲ)ର ଜାମାଇକା ତଲୱାସ ଫ୍ରାଞ୍ଚାଇଜ୍‌ କ୍ରିସ୍‌ ଗେଲ୍‌ଙ୍କୁ ଅପରିବର୍ତ୍ତିତ ରଖି ନାହିଁ। ଏହା ପଛରେ ପୂର୍ବତନ ୱେଷ୍ଟଇଣ୍ଡିଜ ଅଧିନାୟକ ରାମନରେଶ ସରୱନଙ୍କ ପ୍ରଚ୍ଛନ୍ନ ହାତରହିଛି ବୋଲି ଅନୁଭବ କରୁଛନ୍ତି ଗେଲ୍‌। ଏଥିପାଇଁ ସେ ସରୱନଙ୍କୁ ଏକ ‘ସାପ’ ଏବଂ ବର୍ତ୍ତମାନ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ‘କରୋନା ଭାଇରସଠାରୁ ମାରାତ୍ମକ’ ବୋଲି ଗେଲ୍‌ ନିଜ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି। ଗେଲ୍‌ ସିପିଏଲର ପ୍ରଥମ ୪ ସଂସ୍କରଣ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଜାମାଇକା ତଲୱାସ ପକ୍ଷରୁ ଖେଳିଥିଲେ। ପରବର୍ତ୍ତୀ୨ ସିଜନ ସେଣ୍ଟ କିଟ୍ସ ଓ ନେଭିସ ପ୍ୟାଟ୍ରିଅଟ୍ସ ପକ୍ଷରୁ ଖେଳିବାପରେ ଗତ ସିଜନରେ ପୁଣି ତଲୱାସରେ ଯୋଗ ଦେଇଥିଲେ। ସେ ଏହି ଫ୍ରାଞ୍ଚାଇଜ୍‌ ପକ୍ଷରୁ ନିଜର ଦ୍ୱିତୀୟ ମ୍ୟାଚରେ ଶତକ ହାସଲ କରିଥିଲେ ମଧ୍ୟ। ମାତ୍ର ଓଭରଅଲ୍‌ ପ୍ରଦର୍ଶନ ଦୃଷ୍ଟିରୁ ତଲୱାସ ପଏଣ୍ଟ ଟେବୁଲର ନିମ୍ନରେ ରହିଥିଲା। ତଲୱାସ ଫ୍ରାଞ୍ଚାଇଜ୍‌ ଅପରିବର୍ତ୍ତିତ ନ ରଖିବାରୁ ଗେଲ୍‌ ୨୦୨୦ ସିପିଏଲ ସିଜନରେ ସେଣ୍ଟ ଲୁସିଆ ଜୁକ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଏହି ଦଳର ଅଧିନାୟକ ଅଛନ୍ତି ଡାରେନ ସାମି ଏବଂ କୋଚ୍‌ ଆଣ୍ଡି ଫ୍ଲାୱାର।
ସରୱନଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତାରେ ଗେଲ୍‌ କହିଛନ୍ତି ଯେ, ”ତଲୱାସ ନିଷ୍ପତ୍ତିରେ କ’ଣ ସ୍ବଚ୍ଛତା ରହିଛି। ଏଥିରେ ତୁମେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛ। ଆମେ ଦୀର୍ଘଦିନଧରି କିପରି ଖେଳି ଆସିଛନ୍ତି ସେ ସମ୍ପର୍କରେ ତୁମେ ମୋ ଜନ୍ମଦିନ ପାର୍ଟିରେ ବଡ଼ ଭାଷଣ ଦେଇଥିଲ। ମାତ୍ର ପର ମୁହୂର୍ତ୍ତରେ ବଦଳିଗଲ। ତୁମେ ଏକ ସାପ। ତୁମେ ଜାଣିଛ ଯେ କ୍ୟାରିବିୟାନ କ୍ରିକେଟରେ ତୁମେ ଲୋକପ୍ରିିୟ ନୁହଁ। ତୁମେ ଜଣେ ପ୍ରତିଶୋଧ ପରାୟଣ ବ୍ୟକ୍ତି ଏବଂ ଏବେ ମଧ୍ୟ ଅପରିପକ୍ବ। ମୋତେ ଦଳରୁ ବାହାର କରିବାକୁ ଯୋଜନା କରିବା ସହ ପଛରୁ ଛୁରିକାଘାତ କରିଛ। ଏଥିପାଇଁ ହିଁ ଲୋକମାନେ ତୁମକୁ ଅଣଦେଖା କରନ୍ତି“ । ଗେଲ୍‌ ଆହୁରି କହିଛନ୍ତି ଯେ, ”୧୯୯୬ରେ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ମୁଁ ଏକମାତ୍ର ସକ୍ରିୟ ଅଛି। ଅନ୍ୟ ସମସ୍ତେ ଅବସର ନେଇ ଯାଇଛନ୍ତି। ମୁଁ ଏକମାତ୍ର ଏହି ଯୁଗର ପ୍ରତିନିଧିତ୍ୱ କରୁଛି ଏବଂ ଏମେ ମଧ୍ୟ ଦୃଢ଼ ଅଛି। ଗେଲ୍‌ ଏବେ ମଧ୍ୟ ଖେଳୁଛି ଏବଂ ସଫଳତା ପାଉଛି ବୋଲି ଦେଖି କେତେକ ଆଘାତ ପାଉଛନ୍ତି। ମୁଁ ପୂର୍ବତନ ଏବଂ ବର୍ତ୍ତମାନର ଖେଳାଳିଙ୍କ କଥା କହୁଛି। ସମୟ ଆସିଲେ ପୁଣି ତୁମସହ ଦେଖାହେବ“। ପ୍ରକାଶ ଯୋଗ୍ୟ ଯେ, ସିପିଏଲ ଆସନ୍ତା ଅଗଷ୍ଟ ୧୯ରୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ବିଦେଶୀ ଖେଳାଳି ଏବଂ ଦର୍ଶକଙ୍କ ବିନା ଖେଳାଯିବ। ତେବେ କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ପୂର୍ବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri