Posted inଖେଳ

ସରୱନଙ୍କୁ ‘ସାପ’ କହିଲେ ଗେଲ୍

‌ନୂଆଦିଲ୍ଲୀ, ୨୯।୪: କ୍ୟାରିବିୟାନ ପ୍ରିମିୟର ଲିଗ୍‌(ସିପିଏଲ)ର ଜାମାଇକା ତଲୱାସ ଫ୍ରାଞ୍ଚାଇଜ୍‌ କ୍ରିସ୍‌ ଗେଲ୍‌ଙ୍କୁ ଅପରିବର୍ତ୍ତିତ ରଖି ନାହିଁ। ଏହା ପଛରେ ପୂର୍ବତନ ୱେଷ୍ଟଇଣ୍ଡିଜ ଅଧିନାୟକ ରାମନରେଶ ସରୱନଙ୍କ ପ୍ରଚ୍ଛନ୍ନ ହାତରହିଛି ବୋଲି ଅନୁଭବ କରୁଛନ୍ତି ଗେଲ୍‌। ଏଥିପାଇଁ ସେ ସରୱନଙ୍କୁ ଏକ ‘ସାପ’ ଏବଂ ବର୍ତ୍ତମାନ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ‘କରୋନା ଭାଇରସଠାରୁ ମାରାତ୍ମକ’ ବୋଲି ଗେଲ୍‌ ନିଜ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି। ଗେଲ୍‌ ସିପିଏଲର ପ୍ରଥମ ୪ ସଂସ୍କରଣ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଜାମାଇକା ତଲୱାସ ପକ୍ଷରୁ ଖେଳିଥିଲେ। ପରବର୍ତ୍ତୀ୨ ସିଜନ ସେଣ୍ଟ କିଟ୍ସ ଓ ନେଭିସ ପ୍ୟାଟ୍ରିଅଟ୍ସ ପକ୍ଷରୁ ଖେଳିବାପରେ ଗତ ସିଜନରେ ପୁଣି ତଲୱାସରେ ଯୋଗ ଦେଇଥିଲେ। ସେ ଏହି ଫ୍ରାଞ୍ଚାଇଜ୍‌ ପକ୍ଷରୁ ନିଜର ଦ୍ୱିତୀୟ ମ୍ୟାଚରେ ଶତକ ହାସଲ କରିଥିଲେ ମଧ୍ୟ। ମାତ୍ର ଓଭରଅଲ୍‌ ପ୍ରଦର୍ଶନ ଦୃଷ୍ଟିରୁ ତଲୱାସ ପଏଣ୍ଟ ଟେବୁଲର ନିମ୍ନରେ ରହିଥିଲା। ତଲୱାସ ଫ୍ରାଞ୍ଚାଇଜ୍‌ ଅପରିବର୍ତ୍ତିତ ନ ରଖିବାରୁ ଗେଲ୍‌ ୨୦୨୦ ସିପିଏଲ ସିଜନରେ ସେଣ୍ଟ ଲୁସିଆ ଜୁକ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଏହି ଦଳର ଅଧିନାୟକ ଅଛନ୍ତି ଡାରେନ ସାମି ଏବଂ କୋଚ୍‌ ଆଣ୍ଡି ଫ୍ଲାୱାର।
ସରୱନଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତାରେ ଗେଲ୍‌ କହିଛନ୍ତି ଯେ, ”ତଲୱାସ ନିଷ୍ପତ୍ତିରେ କ’ଣ ସ୍ବଚ୍ଛତା ରହିଛି। ଏଥିରେ ତୁମେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛ। ଆମେ ଦୀର୍ଘଦିନଧରି କିପରି ଖେଳି ଆସିଛନ୍ତି ସେ ସମ୍ପର୍କରେ ତୁମେ ମୋ ଜନ୍ମଦିନ ପାର୍ଟିରେ ବଡ଼ ଭାଷଣ ଦେଇଥିଲ। ମାତ୍ର ପର ମୁହୂର୍ତ୍ତରେ ବଦଳିଗଲ। ତୁମେ ଏକ ସାପ। ତୁମେ ଜାଣିଛ ଯେ କ୍ୟାରିବିୟାନ କ୍ରିକେଟରେ ତୁମେ ଲୋକପ୍ରିିୟ ନୁହଁ। ତୁମେ ଜଣେ ପ୍ରତିଶୋଧ ପରାୟଣ ବ୍ୟକ୍ତି ଏବଂ ଏବେ ମଧ୍ୟ ଅପରିପକ୍ବ। ମୋତେ ଦଳରୁ ବାହାର କରିବାକୁ ଯୋଜନା କରିବା ସହ ପଛରୁ ଛୁରିକାଘାତ କରିଛ। ଏଥିପାଇଁ ହିଁ ଲୋକମାନେ ତୁମକୁ ଅଣଦେଖା କରନ୍ତି“ । ଗେଲ୍‌ ଆହୁରି କହିଛନ୍ତି ଯେ, ”୧୯୯୬ରେ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ମୁଁ ଏକମାତ୍ର ସକ୍ରିୟ ଅଛି। ଅନ୍ୟ ସମସ୍ତେ ଅବସର ନେଇ ଯାଇଛନ୍ତି। ମୁଁ ଏକମାତ୍ର ଏହି ଯୁଗର ପ୍ରତିନିଧିତ୍ୱ କରୁଛି ଏବଂ ଏମେ ମଧ୍ୟ ଦୃଢ଼ ଅଛି। ଗେଲ୍‌ ଏବେ ମଧ୍ୟ ଖେଳୁଛି ଏବଂ ସଫଳତା ପାଉଛି ବୋଲି ଦେଖି କେତେକ ଆଘାତ ପାଉଛନ୍ତି। ମୁଁ ପୂର୍ବତନ ଏବଂ ବର୍ତ୍ତମାନର ଖେଳାଳିଙ୍କ କଥା କହୁଛି। ସମୟ ଆସିଲେ ପୁଣି ତୁମସହ ଦେଖାହେବ“। ପ୍ରକାଶ ଯୋଗ୍ୟ ଯେ, ସିପିଏଲ ଆସନ୍ତା ଅଗଷ୍ଟ ୧୯ରୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ବିଦେଶୀ ଖେଳାଳି ଏବଂ ଦର୍ଶକଙ୍କ ବିନା ଖେଳାଯିବ। ତେବେ କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ପୂର୍ବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri