ସର୍ବାଧିକ ଆୟକର ଦେଲେ ଧୋନୀ: ପୈଠ କଲେ ୨୮ କୋଟି

ରାଞ୍ଚି,୨୬।୨: କ୍ରିକେଟ ପଡ଼ିଆରେ ହେଲିକପ୍ଟର ସଟ୍‌ ମାରି ପ୍ରଂଶସକଙ୍କୁ ରୋମାଞ୍ଚିତ କରୁଥିବା ମହେନ୍ଦ୍ର ସିଂ ଧୋନୀ ଏବେ ସର୍ବାଧିକ ଆୟକର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି। ଏନେଇ ରାଞ୍ଚିସ୍ଥିତ ଆୟକର କାର୍ଯ୍ୟାଳୟର ମୁଖ୍ୟ ଆୟକର ଅଧିକାରୀ ଡି.ଏସ୍‌.ବେନୁପାନି ସୂଚନା ଦେଇଛନ୍ତି। ଧୋନୀ ୨୮ କୋଟି ଟଙ୍କାର ଆୟକର ପୈଠ କରିଛନ୍ତି। ଏଠାରେ ସବୁଠାରୁ ଅଧିକ ଆୟକର ରାଞ୍ଚିର କେନ୍ଦ୍ରୀୟ କୋଲ ଫିଲ୍ଡ ଲମିଟେଡ୍‌ ପକ୍ଷରୁ ୧୧୦୦ କୋଟି ଟଙ୍କା ଦାଖଲ କରାଯାଇଛି। ତେବେ ବ୍ୟକ୍ତିଗତ ଭାବେ ଧୋନୀ ସର୍ବାଧିକ ଆୟକର ପୈଠ କରିଥିବା ବେନୁପାନି କହିଛନ୍ତି।

Share