ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଲୋକସେବା ଭବନ ବିଭିନ୍ନ କିସମର ଶୀତଦିନିଆ ଫୁଲର ସମ୍ଭାରରେ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ସର୍ବସାଧାରଣ ଜାନୁୟାରୀ ୧୧(ଦ୍ୱିତୀୟ ଶନିବାର),୧୨(ରବିବାର), ୧୯(ରବିବାର), ୨୫(ଚତୁର୍ଥ ଶନିବାର), ୨୬(ରବିବାର ତଥା ସାଧାରଣତନ୍ତ୍ର ଦିବସ) ଉଦ୍ୟାନର ଶୋଭା ଉପଭୋଗ କରପାରିବେ। ଏହି ଦିନଗୁଡ଼ିକରେ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ଲୋକମାନେ ୧ ନମ୍ବର ଗେଟ୍‌ ଦେଇ ଯାଇ ଉଦ୍ୟାନ ବୁଲି ଦେଖିପାରିବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।