ସର୍ବଦା ଖୁସି ରହିବାର ଉପାୟ

ଆଜିକାଲି କାମର ଚାପ ଯୋଗୁ ହେଉ ବା ପାରିବାରିକ ଦାୟିତ୍ୱ ଭାର ହେତୁ ଅନେକେ ବିଷାଦଗ୍ରସ୍ତ ରହୁଥିବାର ଦେଖାଯାଉଛି। ତେଣୁ ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଖୁସି ରହିବା ପାଇଁ ପ୍ରତ୍ୟେକେ ଚେଷ୍ଟା କରିବା ଉଚିତ।

* ଆପଣଙ୍କୁ ଖୁସି ଦେଉଥିବା ଯେକୌଣସି କାର୍ଯ୍ୟ ବା ସୁଯୋଗକୁ ଆଦୌ ହାତଛଡ଼ା କରନ୍ତୁ ନାହିଁ।
* ରାଗ ଦ୍ୱେଷଠାରୁ ଦୂରେଇ ସମସ୍ତଙ୍କ ସହ ଖୁସି ମନରେ ମିଶନ୍ତୁ।
* ନିଜ ଖୁସିକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ। ଖୁସି ବାଣ୍ଟିବା ଦ୍ୱାରା ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।
* ନିଜ ଜୀବନରୁ ନକାରାତ୍ମକ ଚିନ୍ତାଧାରାକୁ ଦୂରେଇବାକୁ ଚେଷ୍ଟା କରନ୍ତୁ। ଏପରି ଚିନ୍ତାଧାରା ଥିବା ଲୋକଙ୍କଠାରୁ ମଧ୍ୟ ଦୂରେଇ ରହିବା ଭଲ।
* ନିଜର ଖରାପ ଅଭ୍ୟାସକୁ ଯଥାସମ୍ଭବ ଦୂରେଇ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣାନ୍ତୁ।
* ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାରକରି ବନ୍ଧୁ ପରିଜନ ବା ପରିବାର ସଦସ୍ୟଙ୍କ ସହ କୌଣସି ଦୂରସ୍ଥାନ ଭ୍ରମଣରେ ଯା’ନ୍ତୁ।