ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ପତି ଗିରଫ

କୋଲ୍ଲମ,୨୬।୫: କେରଳର କୋଲ୍ଲମରେ ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସର କହିବା ମୁତାବକ ଘଟଣାଟି ମେ’୬ରେ ଘଟିଥିଲା। ତେବେ ପତି ପୂର୍ବ ଯୋଜନା ମୁତାବକ ବାହାରକୁ ଯାଇ ନିଜ ସାଙ୍ଗରେ ଆଣିଥିବା ଏକ ସାପକୁ ପତ୍ନୀଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏହାପରେ ସାପଟି ତାଙ୍କ ପତ୍ନୀଙ୍କୁ ୨ ଥର କାମୁଡି ଦେବା ପରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। କାରଣ ଗତ ୩ ମାସ ମଧ୍ୟରେ ମହିଳା ଜଣକୁ ଦ୍ୱିତୀୟ ଥର ସାପ କାମୁଡି ଥିଲା। ଏଥର ପୋଲିସ ଘଟଣାର ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା କି ପଥନମଥିଟ୍ଟାର ସୁରଜ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ବେଳେ ସେ ଜଣେ ସାପୁଆଙ୍କଠାରୁ କୋବରା ଓ ରସେଲ ଓ୍ବାଇପର ନାମକ ବିଷଧର ସାପ ଆଣି ତାଙ୍କ ପତ୍ନୀଙ୍କ ଉପରକୁ ଫୋପାଡି ତାଙ୍କୁ ମାରି ଦେଇଛନ୍ତି। ଏହି ସାପ ଗୁଡିକ ବେଶ୍‌ ବିଷଧର ହୋଇଥିବା ବେଳେ ପୋଲିସ ଏବେ ସୁରଜ ଓ ତାଙ୍କୁ ସାପ ଯୋଗାଇ ଦେଉଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ମହିଳାଙ୍କ ଘର ଲୋକଙ୍କ ଅଭିଯୋଗ ଯେ ଅଧିକ ଧନ ଆଶା କରି ସୁରଜ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି।

Share