Categories: ଜାତୀୟ

ସରୋଗେସୀ ବିଲ୍‌ ଆଗତ

ନୂଆଦିଲ୍ଲୀ,୧୬ା୭(ପି.ଟି.): ବ୍ୟବସାୟିକ ସରୋଗେସୀକୁ ନିଷିଦ୍ଧ କରିବା ଲାଗି ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ନିଃସନ୍ତାନ ଦମ୍ପତିଙ୍କ ପାଇଁ କେବଳ ଘନିଷ୍ଠ ସମ୍ପର୍କୀୟଙ୍କୁ ସରୋଗେଟ ମାଆ ହେବାର ଅନୁମତି ମିଳିବ। ସରୋଗେସୀ (ନିୟାମକ) ବିଲ୍‌, ୨୦୧୯ରେ ଜାତୀୟ ଓ ରାଜ୍ୟ ସ୍ତରରେ ସରୋଗେସୀ ବୋର୍ଡ ଗଠନ ବ୍ୟବସ୍ଥା ରହିଛି। ଏହି ପଦ୍ଧତିରେ ସନ୍ତାନ ଗ୍ରହଣ କରୁଥିବା ଦମ୍ପତି କୌଣସି ପରିସ୍ଥିତିରେ ବି ଉକ୍ତ ସନ୍ତାନଙ୍କୁ ପରିତ୍ୟାଗ କରିପାରିବେ ନାହିଁ। କେବଳ ଭାରତୀୟ ଦମ୍ପତି ଅନୂ୍ୟନ ୫ ବର୍ଷ ବୈବାହିକ ଜୀବନ ପରେ ସରୋଗେସୀ ପାଇଁ ଆବେଦନ କରିପାରିବେ।

Share