ସରିଲା ‘ଶକୁନ୍ତଳା ଦେବୀ’ ପ୍ରଥମ ସିଡ୍ୟୁଲର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ମୁଭି ‘ଶକୁନ୍ତଳା ଦେବୀ’ର ପ୍ରଥମ ସିଡ୍ୟୁଲର ଶୁଟିଂ ଶେଷ ହୋଇଛି। ଏହାପରେ ଏଥିରେ ଅଭିନୟ କରୁଥିବା କଳାକାରମାନେ ପାର୍ଟି କରୁଥିବା ନଜର ଆସିଛି। ୟୁକେରେ ଏହାର ପ୍ରଥମ ଶୁଟିଂ ସରିଥିବା ବେଳେ ସମସ୍ତ ସଦସ୍ୟ ଏବେ ଭାରତ ଫେରି ଆସିବେ। କାରଣ ଏହାର ଦ୍ୱିତୀୟ ସିଡ୍ୟୁଲ ଶୁଟିଂ ମାୟାନଗରୀରେ କରାଯିବ ବୋଲି ଜଣାପଡିଛି। ନାୟିକା ସାନ୍ୟା ମାଲହୋତ୍ରା ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଫିଲ୍ମର କିଛି ପୋଷ୍ଟର ଦେଖିବାକୁ ମିଳିଥିବା ବେଳେ ଏବେ ଧୀରେ ଧୀରେ ଏହାର ଶୁଟିଂ ସରୁଥିବାରୁ ଦର୍ଶକେ ଏମିତି ଏକ ଫିଲ୍ମକୁ ଅପେକ୍ଷା ରଖିଛନ୍ତି ବୋଲି ସିନେପ୍ରେମୀଙ୍କ ଗହଣରେ ଆଲୋଚନା ହେଉଛି।

Share