ସରିଲା ନିର୍ବାଚନ : ଚାଲିଛି ଅଙ୍କକଷା

ପାରାଦୀପ,୧ା୫(ସ୍ବ.ପ୍ର.): ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ସୋମବାର ଶେଷ ହୋଇଯାଇଛି। ଏବେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଅଙ୍କ କଷୁଛନ୍ତି। ହାରିବା ଜିତିବାକୁ ନେଇ ଆକଳନ ଚାଲିଛି। କେଉଁ ଓ୍ବାର୍ଡରୁ କେତେ ପ୍ରତିଶତ ମତଦାନ ହୋଇଛି, ସେଥିରେ କେତେଜଣ ତାଙ୍କ ସମର୍ଥକ ଥିଲେ, କେତେ ଭୋଟ୍‌ ତାଙ୍କ ସପକ୍ଷରେ ଯାଇଥିବ, ମତଦାନ କରିଥିବା ଭୋଟରଙ୍କ ମନୋଭାବ, ପୋଲିଂ ବୁଥ୍‌ରେ ବସିଥିବା ଏଜେଣ୍ଟମାନଙ୍କ ରିପୋର୍ଟ ଆଦି ତର୍ଜମା କରାଯାଉଛି। ପାରାଦୀପ ନିର୍ବାଚନମଣ୍ଡଳୀରେ ଏବେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ତେବେ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ହୋଇଥିବା ତ୍ରିମୁଖୀ ଲଢେଇରେ କିଏ ବାଜି ମାରୁଛି, ତାହା ମେ ୨୩ରେ ସ୍ପଷ୍ଟ ହେବ। ସେପଟେ ସୋସିଆଲ ମିଡିଆରେ ପ୍ରାର୍ଥୀଙ୍କ ହାରଜିତକୁ ନେଇ ଚାଲିଛି ବିତର୍କ। ଏପରିକି କେତେଜଣ ଦଳୀୟ ପ୍ରାର୍ଥୀ ଖୋଲାଖୋଲି କହିଲେଣି ଆମେ ନିର୍ଦ୍ଧିଷ୍ଟ ଭୋଟ୍‌ ବ୍ୟବଧାନରେ ଜିତି ସାରିଛୁ। ଏମିତିରେ ଦେଖିବାକୁ ଗଲେ ମତଦାନ ହୋଇଥିବା ପରିସଂଖ୍ୟାନ ଗୋଳମାଳିଆ ରହିଛି। ଅର୍ଥାତ ପାରାଦୀପ ନିର୍ବାଚନମଣ୍ଡଳୀର ମୋଟ ୨,୧୧,୬୦୦ ଭୋଟରଙ୍କ ମଧ୍ୟରୁ ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା ୭୩.୪୬ ପ୍ରତିଶତ ମତଦାନ ହୋଇଛି। ଅର୍ଥାତ ୧,୫୫,୦୦୦ ଭୋଟର ମତଦାନ କରିଛନ୍ତି। ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ୪୫ରୁ ୪୭ ହଜାର ମଧ୍ୟରେ ଭୋଟ୍‌ ପାଇଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଯଦିଓ ଦଳ କିଛି ଭୋଟ ହରାଇଥିଲା, ତେବେ ବିଧାନ ସଭା ନିର୍ବାଚନରେ ସେପରି ହୋଇ ନ ଥିବ ବୋଲି ଦଳୀୟ କର୍ମୀମାନେ ଆଶାବ୍ୟକ୍ତ କରୁଛନ୍ତି। ତେଣୁ କଂଗ୍ରେସ ପ୍ରାର୍ଥୀ ୪୫ରୁ ୫୦ହଜାର ଭିତରେ ଭୋଟ୍‌ ପାଇଥିବେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଭାଜପା ଗତ ପଞ୍ଚାୟତ ନିର୍ବାଚନରେ ୪୫ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲା। ସେହି ଅନୁଯାୟୀ ଚଳିତ ନିର୍ବାଚନରେ ଦଳ ସେତିକି କିମ୍ବା ତା’ଠାରୁ ଅଧିକ ଭୋଟ୍‌ ପାଇଥାଇପାରେ। ଅବଶିଷ୍ଟ ଭୋଟ୍‌ ମଧ୍ୟରୁ ଯଦି ସ୍ବାଧୀନ ପ୍ରାର୍ଥୀମାନେ ୫ ହଜାର ଭୋଟ୍‌ ହାତେଇଥିବେ ତେବେ ବିଜେଡି ଭୋଟ୍‌ ମଧ୍ୟ ସେହି ୫୦ ହଜାର ପାଖାପାଖି ରହିବ। ଏହି ହିସାବରେ ୩ ପ୍ରାର୍ଥୀଙ୍କ ଭୋଟ୍‌ ପ୍ରାୟତଃ ପାଖାପାଖି ରହୁଥିବା କୁହାଯାଉଛି। ଯଦି ଏହି ଧାରାରେ ମତଦାନ ହୋଇଥାଏ, ତେବେ ହାରଜିତ ବ୍ୟବଧାନ ଖୁବ୍‌ କମ୍‌ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri