ସରିଲା ଖନ୍ତାପଡା ମହୋତ୍ସବ

ବାହାନଗା,୭ା୧୧(ଡି.ଏନ.ଏ.)- ଗତ ବୁଧବାର ଉଦଘାଟିତ ହୋଇଥିବା ୬ଷ୍ଠ ଖନ୍ତାପଡା ମହୋତ୍ସବ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଛି। ମହୋତ୍ସବ ଦ୍ୱାରା ମାନବ ସମାଜ ମଧ୍ୟରେ ଭାଇଚାରା ସୃଷ୍ଟି ହେବା ସହିତ କଳାକାର ଓ ବ୍ୟବସାୟୀଙ୍କ ମଧ୍ୟରେ ସର୍ମ୍ପକର ସେତୁ ଯୋଡିଥାଏ ବୋଲି ଉତ୍ସବର ମୁଖ୍ୟ ଅତିଥି ଜାତିସଂଘର ଶାନ୍ତିଦୂତ କମିଟିର ସଦସ୍ୟ ଜ୍ୟୋତିଷ୍କର ମହାପାତ୍ର ପ୍ରକାଶ କରିଛନ୍ତ।
ଏହି ମହୋତ୍ସବ ଖନ୍ତାପଡା ଆଞ୍ଚଳିକ ଯୁବ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଉଦଯାପନୀ ଉତ୍ସବରେ କମିଟିର ସଭାପତି ଚନ୍ଦନେଶ୍ୱର ବେହେରା ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଚେତନା ସାହିତ୍ୟ ସଂସଦର ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଥିଲେ ଦୀର୍ଘ ୮ ଦିନ ଧରି ଆଞ୍ଚଳିକ ଯୁବ ପରିଷଦ ଏଭଳି ଏକ ମହୋତ୍ସବ ଆୟୋଜନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ମହୋତ୍ସବ ସାଂସ୍କୃତିକ ଚେତନା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ସଂଞ୍ଜୟ କୁମାର ବେହେରା ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁବ୍ରତ କର। ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଆଖପାଖ ଅଞ୍ଚଳରୁ ଆସିଥିବା ବହୁ ମହିଳା ପୁରଷ ଉତ୍ସବର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଆଞ୍ଚଳିକ ଯୁବ ପରିଷଦ କମିଟିର କୋଷାଧ୍ୟକ୍ଷ ଡମ୍ବୁର ବାରିକ୍‌, ଭାଷ୍କର ଚନ୍ଦ୍ର ଦାସ, ସହ ସମ୍ପାଦକ ଦୀପକ କୁମାର ରଣା, ଉମାକାନ୍ତ ଘଡେଇ,ଗଣ ସାହୁ, ରୋହିତ ମଲ୍ଲିକ୍‌, ସୌମ୍ୟରଞ୍ଜନ ଦାସ, ବନମାଳି ବେହେରା, ବିଶ୍ୱରଞ୍ଜନ ବାରିକ୍‌, ସୁରେନ୍ଦ୍ର ସିଂ ବିମୁଗ୍ଧ ଦାସ, ଗଣେଶ ମହାରଣା,ତାରାକାନ୍ତ ଦାସ, କିରଣ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ସଂଞ୍ଜୟ କୁମାର ବେହେରା।