ସରିଲା କୁନ୍ଦୁଳିଆ ମହୋତ୍ସବ

ବିଶୋଇ,୨୩ା୧(ଡ଼ି.ଏନ୍‌.ଏ.)- ବିଶୋଇ ଅଞ୍ଚଳର କୁନ୍ଦୁଳିଆଠାରେ ଦିଗବିଜୟ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩୧ ତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁନ୍ଦୁଳିଆ ମହୋତ୍ସବ- ୨୦୨୦’ ଉଦ୍‌ଯାପିତ ହୋଇଯାଇଛି। ୩ ଦିନିଆ ଏହି ମହୋତ୍ସବର ଉଦ୍‌ଯାପନୀ ଦିବସରେ ପରିବେଷଣ ହୋଇଥିବା ଢ଼ାବୁଲ ନୃତ୍ୟରେ ଦର୍ଶକ ଝୁମି ଥିଲେ। ଏହି ଉତ୍ସବକୁ ବିଶୋଇ ସରପଞ୍ଚ ଘାସିନୀ ନାଏକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଦ୍ୱିତୀୟ ଦିବସରେ ବାଳିକାବାଳକ, ମହିଳା ଓ ପୁରୁଷ ବିଭାଗର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ବୟସ୍କ ମହିଳାମାନଙ୍କ ଦୌଡ଼ ପ୍ରତିଯୋଗିତା ବେଶ ଆକର୍ଷଣୀୟ ଥିଲା। ଅପରାହ୍ନରେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ ଡ଼ାଣ୍ଠା, ଡ୍ରାମା, ବୁଢ଼ୀଗାଳି ଓ ଦାସାଏଂ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ଯୋଡ଼ିଆ ଭଞ୍ଜ ଦିଶମ ଡ଼ାଣ୍ଠା ପାର୍ଟି ପ୍ରଥମ, ବିଶୋଇର ଜିଆଳ ଜୁମିଦ ବୁଢ଼ୀଗାଳି ଦଳ ଦ୍ୱିତୀୟ ଓ କୁଲଗିଡ଼ିହି ବୁଢ଼ୀଗାଳି ଦଳ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସାରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବରେ ବିଜେଡି କାର୍ଯ୍ୟକାରୀ ସଭାପତି ଦେବାଶିଷ ମାରାଣ୍ଡି, ମୁଖ୍ୟବ୍ୟକ୍ତା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଚୈତନ୍ୟ ହାଁସଦା, ସମ୍ମାନନୀୟ ଅତିଥି ବାଉତିବେଡା ସମିତିସଭ୍ୟ କ୍ଷୀରଦ କୁମାର ନନ୍ଦ, ଜିଲା ପରିଷଦ ସଦସ୍ୟ ଗୁରୁବା ମୁର୍ମୁ, ବିଶୋଇ ସରପଞ୍ଚ ଘାସିନୀ ନାଏକ, ଯୋଡ଼ିଆ ସରପଞ୍ଚ ଚାନ୍ଦ୍ରାୟ ସୋରେନ, ଯୁବନେତା ନିଲେଶ ରାମ, ଖେଲାରାମ ଟୁଡୁ, ହରିମୋହନ ନାଏକ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃୃତ କରିଥିଲେ।
ଉଦ୍‌ଯାପନୀ ଦିବସରେ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଫୁଟବଲ ପ୍ରତିଯୋଗିତାରେ ସିକିଳିଡି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପାନପୋଷି ଟିମ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଉଦ୍‌ଯାପନୀ ଦିବସରେ ମାଝୀ ହାଡ଼ାମ ଜାସାଇ ହେମ୍ବ୍ରମ, ଆଦିତ୍ୟ ମାଇତି, ପ୍ରଫେସର ଯଶୋବନ୍ତ ଶେଖର ହାଁସଦା, ଜୟରାମ ମାଝୀ, ହରିମୋହନ ନାଏକ, ଦିବାକର ସରେନ, ଖୁଦିରାମ ମାର୍ଣ୍ଡି ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। କ୍ଲବର ବରିଷ୍ଠ ସଦସ୍ୟ ଶାନ୍ତନୁ ପାତ୍ର ସଭା ପରିଚାଳନା କରିଥିବାବେଳେ ସଭାପତି ତାରାଶଙ୍କର ସାମନ୍ତ, ସମ୍ପାଦକ ରାଜୀବ ନାଏକ, କୋଷାଧ୍ୟକ୍ଷ ଅଭିଷେକ ମାଇତି ଓ କିରଣ କୁମାର ପାତ୍ରଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।