ସରପଞ୍ଚଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ଲୁଟ୍‌

ପାତ୍ରପୁର, ୬ା୧ (ଡି.ଏନ୍‌.ଏ.)-ଜରଡ଼ା ଥାନା ତୁମ୍ବା ସରପଞ୍ଚଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ସହ ୧୬ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ସରପଞ୍ଚ ହେମଲତା ଜାନି ଓ ତାଙ୍କ ସ୍ବାମୀ ଜନକ କୁମାର ନିଜ ଝିଅ ଘରକୁ ଯାଇଥିଲେ। ତାଙ୍କ ପୁଅ ଗତକାଲି ରାତିରେ ଗ୍ରାମରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ଶୋଇଥିଲେ। କେହି ନ ଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ ବିଳମ୍ବିତ ରାତିରେ ମେଶିନ୍‌ରେ ଲୁହା ଗ୍ରୀଲ୍‌କୁ କାଟି ଘରେ ପଶିିଥିଲେ। ପରେ ଆଲ୍‌ମିରା କବାଟ ତାଡ଼ି ସେଥିରେ ଥିବା ଟଙ୍କା ଓ ଅଳଙ୍କାର ଲୁଟି ନେଇଥିଲେ। ସୋମବାର ସକାଳେ ପୁଅ ଘରକୁ ଆସି ଦେଖିଲା ବେଳେ କବାଟ ଖୋଲାଥିଲା। ଏ ନେଇ ସେ ପଡ଼ୋଶୀଙ୍କୁ କହିବା ସହ ବାପାଙ୍କୁ ଜଣାଇଥିଲେ ା ପରିବାର ଲୋକେ ପହଞ୍ଚତ୍ ଜରଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି।