ବାଲେଶ୍ୱର ଅଫିସ,୧୭ା୫: ରବିବାର ବାଲେଶ୍ୱର ଜିଲାରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସିମୁଳିଆ ବ୍ଲକର ଜଣେ ସରପଞ୍ଚ  ପଜିଟିଭ୍‌ ଚିହ୍ନଟ ହେବାସହ ଉକ୍ତ ପଞ୍ଚାୟତର ଅନ୍ୟ ୨ ଜଣ ମଧ୍ୟ ଚିହ୍ନଟ ହୋଇଛନ୍ତି।  ସେହିପରି ଭୋଗରାଇ ବ୍ଲକର ୯, ଜଳେଶ୍ୱର ୨, ବାଲିଆପାଳ, ନୀଳଗିରି ଏବଂ ବାଲେଶ୍ୱର ଟାଉନ୍‌ରୁ  ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତେ କୋଲକାତା, ସୁରଟ ଫେରନ୍ତା ଏବଂ ସରପଞ୍ଚଙ୍କୁ ଛାଡ଼ିଦେଲେ ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ।