ସରକାରୀ ସାହାଯ୍‌ ଆଶ୍‌ରେ ବୁନାକାର ପରିବାର

ଲାଠୋର, ୨୯ା୧୦ (ଡି.ଏନ୍‌.ଏ.)-
ସରକାର ବୁନାକାର ପରିବାରମାନକୁ ଅନେକ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ସେନ୍‌ତା ଭିନେ ଭିନେ ଗଁାଗଁଲିରେ ଥିବାର ବୁନାକାରମାନକୁ ପ୍ରଶିକ୍ଷକମାନକର ଜରିଆରେ ବୁନବାର ନୂତନ କଳାକଉଶଲ, ତରିକା ଶିଖାଯାଉଛେ। ସରକାର ବୁନାକାରମାନକୁ ଅଲପ୍‌ ସୁଧରେ ରୁଣ ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ବୁନାକାରମାନେ ଇ ସବୁ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଡେବ୍ରିଆମୁଣ୍ଡା ଗଁାରେ।
ସୂଚନା ଅନ୍‌ସାରେ ଡେବ୍ରିଆମୁଣ୍ଡା ଗଁାର ବସନ୍ତ ମେହେର(୪୧)। ପରିବାର କହେଲେ ମାଏକିନା ସୁଭାଗିନୀ(୩୨), ଝି’ ମମିତା(୧୫), ପୁଓ ରାଜେଶ(୧୩)। ବସନ୍ତ ହେଉଛନ୍‌ ଝନେ ବୁନାକାର। ସେ ଲୁଗା ବୁନି ଯାହା କମଉଛନ୍‌ ସେଥ୍‌ରେ ସେ ପରିବାର ଚଲାବାର ସଂଗେ ଝି’ପୁଓର ପାଠ୍‌ ପଢ଼ା ଖରଚ୍‌ ତୁଲଉଛନ୍‌। ଜମିବାଡ଼ି ବଲି ତାକର କିଛି ନାଇଁ। ସରକାରକଁର ତରଫୁ ତାହାକୁ ୪ ଡେସିମିଲ ଘରଡିହ ମିଲିଛେ। ହେଲେ ଆଏଜ୍‌ତକ ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଲୁଗାବୁନା ଦକ୍ଷତା ବୁର୍‌ଧି ଲାଗି ସେ ୩ ମାସ ତାଲିମ ନେଇଛନ୍‌। ନିଜର ଖରଚ୍‌ରେ ଗୁଟେ ମଂଗା ରଖି ସମ୍ବଲପୁରୀ ଶାଢ଼ି, ଗାମଛା ବୁନି ପରିବାର ଚଲଉଛନ୍‌। ଲୁଗାବୁନା ତାକର କଉଲିକ୍‌ ବୁର୍‌ତି, ଗଲା ୩୦ ବଛର ହେଲା ସେ ଇ କାମ୍‌ କରି କୁଟୁମ ପୁଷୁଛନ୍‌। ହେଲେ ଅଭାବ ଅନାଟନ ସବୁବେଲେ ଲାଗି ରହୁଛେ। ଏନ୍‌ତାଥି ସେ ଭଲ ଘରଖଁଡ଼େ ତିଆରି ନାଇଁ ପାରବାର। ବାପ୍‌ ତିଆରିଥିବାର ପୁରନା ଘରେ କୁଟୁମବସିଆ ରହୁଛନ୍‌। ହେଲେ ଏହେଦେ ସେ ପୁରନା ଘରଟା ବିପଦ୍‌ ଅବସ୍‌ତାରେ ରହିଛେ, କେତେବେଲେ କେନ୍‌ପରକାର ଅଘଟନ ଘଟବାର ଆଶଁକା ରହିଛେ। ଇଆଡ଼େ ପାଟଣାଗଡ଼ ଏଡିଟି ଅଫିସରେ ବୁନାକାର ହିସାବେ ବସନ୍ତକଁର ନଁା ତାଲିକାରେ ଦରଜ୍‌ ହେଇରହିଛେ। ହେଲେ ନଁା ଦରଜ୍‌ ହେଇଥିବାର ଉନିଆ ବୁନାକାରମାନକୁ ସରକାରୀ ସୁବିଧା ସୁଯୋଗ ମିଲୁଥିଲାବେଲେ ବସନ୍ତ ସେସବୁରୁ ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌। ସରକାରକଁର ତରଫୁ ପକାଘର ଖଁଡ଼େ ଆର ରୁଣ ଦିଆଗଲେ ଲୁଗାବୁନାର ସାଜୋସାମାନ ଘିନି ତାକର ରୁଜ୍‌ଗାରକେ ବଢ଼େଇ ପାରତେ, ଛୁଆପିଲାକୁ ଭଲ ଦୁଇ ଅଖର ପଢ଼େଇ ମୁନୁଷ୍‌ କରିପାରତେ ବଲି ବସନ୍ତ କହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେବାକେ ସେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍‌।