ସରକାରୀ ସହାୟତା ନାଁରେ ଠକେଇ ଅଭିଯୋଗ:  ୪ ଯୁବତୀ, ଜଣେ ଯୁବକ ଅଟକ

ଦିଗପହଣ୍ଡି,୨୦ା୧୦(ଡି.ଏନ.ଏ.)-ସରକାରୀ ସହାୟତା ପ୍ରଦାନ ନାଁରେ ଦୀର୍ଘଦିନ ଧରି ଦିଗପହଣ୍ଡି ଗ୍ରାମାଞ୍ଚଳରେ ଲୋକଙ୍କୁ ଠକୁଥିବା ଏକ ସଂସ୍ଥାର ୪ ଜଣ ଯୁବତୀ ଓ ଜଣେ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ସେମାନଙ୍କ ଠାରୁ ରସିଦ ବହି, ସଂସ୍ଥାର ନିଯୁକ୍ତି ପତ୍ର, ବହୁ ସଂଖ୍ୟକ ନକଲି ସରକାରୀ ଚିଠି, ସ୍ମାର୍ଟକାର୍ଡର କଲର ଜେରକ୍ସ ଆଦି ଜବତ କରାଯାଇଛିି। ଏ ନେଇ ଆଇଆଇସି ବସନ୍ତ କୁମାର ସେଠୀ ତଦନ୍ତ ଚଳାଇଛନ୍ତି। ଗଞ୍ଜାମ ଜିଲାପାଳଙ୍କ ଦପ୍ତରରୁ ସୂଚନା ପାଇ ଶନିବାର ଅପରାହ୍ନରେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ବିଡିଓ ହଳଦର ଶବର, ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗଁାରେ ଚଢ଼ାଉ କରିଥିଲେ। ଲୋକଙ୍କୁ ସେମାନଙ୍କ ସଂସ୍ଥା ଦ୍ୱାରା ଚିହ୍ନଟ କାର୍ଡ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ପ୍ରତି ହିତାଧିକାରୀଙ୍କଠାରୁ ୩୦ ଟଙ୍କା ଆଦାୟ କରୁଥିବା ଯୁବତୀମାନଙ୍କୁ ଧରି ପୋଲିସକୁ ଦେଇଥିଲେ।
ତହସିଲଦାରଙ୍କ ସୂଚନା ପ୍ରକାରେ, ଗତ କିଛିଦିନ ହେଲା ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ଥିବା ଏକ ସଂସ୍ଥା ସରକାରଙ୍କ ବିନା ଅନୁମତିରେ ଗ୍ରାମାଞ୍ଚଳ ଲୋକଙ୍କୁ ଇ-ସୁବିଧା ଯୋଗାଇ ଦିଆଯିବ କହି ଅର୍ଥ ଆଦାୟ କରୁଛି। ଲୋକେ ଏହି ସଂସ୍ଥାରେ ନିଜ ନାଁକୁ ପଞ୍ଜୀକରଣ କଲେ ସେମାନଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବା ସହ ବିଭିନ୍ନ ସରକାରୀ ଯୋଜନା ହିତାଧିକାରୀ ଚୟନରେ ସେମାନଙ୍କୁ ଅଗ୍ରାଧିକାର ମିଳିବ ବୋଲି ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ସଂସ୍ଥାର ସଦସ୍ୟମାନେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉକ୍ତ ସଂସ୍ଥା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ଶାଖା କାର୍ଯ୍ୟାଳୟ ଖୋଲି ମାସିକ ୮ ହଜାର ଟଙ୍କା ଦରମା ଦିଆଯିବ ବୋଲି କହି ଯୁବତୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିବା ଆଇଆଇସି କହିଛନ୍ତି। ନିଯୁକ୍ତି ପତ୍ର ପାଇବା ପୂର୍ବରୁ ସମ୍ପୃକ୍ତ ସଂସ୍ଥା ପ୍ରତି କର୍ମଚାରୀଙ୍କଠାରୁ ୨୫ ହଜାର ଟଙ୍କା ଲେଖାଏ ଆଦାୟ କରିଥିବା ସମ୍ପୃକ୍ତ ଯୁବତୀମାନେ ପୋଲିସକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri