ସରକାରୀ ଯୋଜନା ଦିଗହରା: ଭଙ୍ଗା କୁଡ଼ିଆରେ ବିତୁଛି ଦୃଷ୍ଟିହୀନ ଦମ୍ପତି ଚୈତନ୍ୟ-ଅଞ୍ଜନାଙ୍କ ଜୀବନ, ଆଦରିଛନ୍ତି ଭିକ୍ଷାବୃତ୍ତି

ଭବାନୀପାଟଣା, ୧୨।୭(ଡି.ଏନ୍‌.ଏ.): ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାମ କରୁଛି। ହେଲେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ତାହା ପହଞ୍ଚିପାରୁନାହିଁ। କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଭାଟିଗାଁରେ ଏଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ଗାଁର ଦୃଷ୍ଟିହୀନ ଚୈତନ୍ୟ ଭୋଇ ଓ ତାଙ୍କ ପତ୍ନୀ ଅଞ୍ଜନା, ଭିନ୍ନକ୍ଷମ ସହ ଗରିବ ହୋଇଥିଲେ ମଧ୍ୟ ତାଙ୍କୁ ସରକାରଙ୍କ କୌଣସି ଯୋଜନାରେ ସାମିଲ କରାଯାଇ ନାହିଁ ।

ଚୈତନ୍ୟ ଓ ଅଞ୍ଜନା ଗୋଟିଏ ଗ୍ରାମର। ଉଭୟ ଜନ୍ମରୁ ଦୃଷ୍ଟିହୀନ । ଉଭୟେ ପରିବାରର ସହମତି କ୍ରମେ ବିବାହ କରିଥିଲୋ ଏମାନଙ୍କ ପରିବାର ଅତ୍ୟନ୍ତ ଗରୀବ। ଚୈତନ୍ୟ ଭବାନୀପାଟଣା ଅନ୍ଧ ମୁକ ବଧିର ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଯାଏ ପଢିବା ପରେ ଘରର ଅଭାବ କାରଣରୁ ପାଠରେ ଡୋରି ବାନ୍ଧିଥିଲା। ଯୁବକ ଅବସ୍ଥାରେ ଅଞ୍ଜନାକୁ ବିବାହ କରିଥିଲେ ମଧ୍ୟ ରୋଜଗାର ପାଇଁ ସେ ଅସମର୍ଥ । କେବଳ ଭିନ୍ନକ୍ଷମ ଭତ୍ତା ଗଣ୍ଡାକ ପାଲଟିଛି ସାହାରା। ହେଲେ ୭ଶହ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସହଜସାଧ୍ୟ ନୁହେଁ । ତେଣୁ ବାଧ୍ୟ ହୋଇ ଭିକ୍ଷା ବୃତ୍ତିକୁ ଆଦରି ନେଇଛନ୍ତି ସେ । ଆଖ ପାଖ ଅଞ୍ଚଳରୁ ଭିକ୍ଷା ସଂଗ୍ରହ କରି ଉଭୟ ପ୍ରାଣୀ ନିଜ ପେଟ ପୋଷନ୍ତି। ଅନେକ ସମୟରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଇବା ନେଇ ଗ୍ରାମ ୱାର୍ଡମେମ୍ବରଠାରୁ ବିଧାୟକ, ଏମ୍‌ପି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେବଳ ଭତ୍ତା ଓ ଅନ୍ତୋଦୟ କାର୍ଡ ବ୍ୟତିତ ଅନ୍ୟ କିଛି ସହାୟତା ମିଳିପାରିନାହିଁ। ଏବେ ସେ ଏକ ମାଟି କୁଡିଆ ଘରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଜୀଇଁ ଆସୁଥିଲେ ମଧ୍ୟ କେହି ଅଧିକାରୀ ଏଥିପ୍ରତି ଗରୁତ୍ୱ ନ ଦେବା ପରିତାପର ବିଷୟ ବୋଲି ଆଲୋଚନା ହେଉଛି। ଏପରିକି କଲମପୁର ଠାରେ ଅନୁଷ୍ଠିତ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଗୁହାରି କରିବା ପରେ ରେଡକ୍ରସରୁ ୩ହଜାର ଟଙ୍କା ସହାୟତା ସହ ଘର ନିର୍ମାଣ ସହାୟତା ଯୋଗାଇଦେବାକୁ ଜିଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଘର ନିର୍ମାଣ ପୂର୍ବରୁ ଏକ ପଲିଥିନ ଦେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ତାହା ଏଯାବତ ହେଲା ନାହିଁ। ବିଡିଓ ଏବଂ ତହସିଲଦାର ଉଭୟ ଜିଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ହେମସାଗର ଭୋଇଙ୍କୁ ପଚରାଯିବାରେ ସେ ଏସ୍‌ଇସିସି ତାଲିକାରେ ଚୈତନ୍ୟଙ୍କ ନାମ ଥିବାରୁ ଏପରି କରାଯାଇଥିବା କହିଛନ୍ତି। ତାଙ୍କୁ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri