ସରକାରୀ ଯୋଜନା ଦିଗହରା: ଭଙ୍ଗା କୁଡ଼ିଆରେ ବିତୁଛି ଦୃଷ୍ଟିହୀନ ଦମ୍ପତି ଚୈତନ୍ୟ-ଅଞ୍ଜନାଙ୍କ ଜୀବନ, ଆଦରିଛନ୍ତି ଭିକ୍ଷାବୃତ୍ତି

ଭବାନୀପାଟଣା, ୧୨।୭(ଡି.ଏନ୍‌.ଏ.): ପ୍ରତି ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାମ କରୁଛି। ହେଲେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ତାହା ପହଞ୍ଚିପାରୁନାହିଁ। କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଭାଟିଗାଁରେ ଏଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ଗାଁର ଦୃଷ୍ଟିହୀନ ଚୈତନ୍ୟ ଭୋଇ ଓ ତାଙ୍କ ପତ୍ନୀ ଅଞ୍ଜନା, ଭିନ୍ନକ୍ଷମ ସହ ଗରିବ ହୋଇଥିଲେ ମଧ୍ୟ ତାଙ୍କୁ ସରକାରଙ୍କ କୌଣସି ଯୋଜନାରେ ସାମିଲ କରାଯାଇ ନାହିଁ ।

ଚୈତନ୍ୟ ଓ ଅଞ୍ଜନା ଗୋଟିଏ ଗ୍ରାମର। ଉଭୟ ଜନ୍ମରୁ ଦୃଷ୍ଟିହୀନ । ଉଭୟେ ପରିବାରର ସହମତି କ୍ରମେ ବିବାହ କରିଥିଲୋ ଏମାନଙ୍କ ପରିବାର ଅତ୍ୟନ୍ତ ଗରୀବ। ଚୈତନ୍ୟ ଭବାନୀପାଟଣା ଅନ୍ଧ ମୁକ ବଧିର ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଯାଏ ପଢିବା ପରେ ଘରର ଅଭାବ କାରଣରୁ ପାଠରେ ଡୋରି ବାନ୍ଧିଥିଲା। ଯୁବକ ଅବସ୍ଥାରେ ଅଞ୍ଜନାକୁ ବିବାହ କରିଥିଲେ ମଧ୍ୟ ରୋଜଗାର ପାଇଁ ସେ ଅସମର୍ଥ । କେବଳ ଭିନ୍ନକ୍ଷମ ଭତ୍ତା ଗଣ୍ଡାକ ପାଲଟିଛି ସାହାରା। ହେଲେ ୭ଶହ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସହଜସାଧ୍ୟ ନୁହେଁ । ତେଣୁ ବାଧ୍ୟ ହୋଇ ଭିକ୍ଷା ବୃତ୍ତିକୁ ଆଦରି ନେଇଛନ୍ତି ସେ । ଆଖ ପାଖ ଅଞ୍ଚଳରୁ ଭିକ୍ଷା ସଂଗ୍ରହ କରି ଉଭୟ ପ୍ରାଣୀ ନିଜ ପେଟ ପୋଷନ୍ତି। ଅନେକ ସମୟରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଇବା ନେଇ ଗ୍ରାମ ୱାର୍ଡମେମ୍ବରଠାରୁ ବିଧାୟକ, ଏମ୍‌ପି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେବଳ ଭତ୍ତା ଓ ଅନ୍ତୋଦୟ କାର୍ଡ ବ୍ୟତିତ ଅନ୍ୟ କିଛି ସହାୟତା ମିଳିପାରିନାହିଁ। ଏବେ ସେ ଏକ ମାଟି କୁଡିଆ ଘରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଜୀଇଁ ଆସୁଥିଲେ ମଧ୍ୟ କେହି ଅଧିକାରୀ ଏଥିପ୍ରତି ଗରୁତ୍ୱ ନ ଦେବା ପରିତାପର ବିଷୟ ବୋଲି ଆଲୋଚନା ହେଉଛି। ଏପରିକି କଲମପୁର ଠାରେ ଅନୁଷ୍ଠିତ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଗୁହାରି କରିବା ପରେ ରେଡକ୍ରସରୁ ୩ହଜାର ଟଙ୍କା ସହାୟତା ସହ ଘର ନିର୍ମାଣ ସହାୟତା ଯୋଗାଇଦେବାକୁ ଜିଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଘର ନିର୍ମାଣ ପୂର୍ବରୁ ଏକ ପଲିଥିନ ଦେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ତାହା ଏଯାବତ ହେଲା ନାହିଁ। ବିଡିଓ ଏବଂ ତହସିଲଦାର ଉଭୟ ଜିଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ହେମସାଗର ଭୋଇଙ୍କୁ ପଚରାଯିବାରେ ସେ ଏସ୍‌ଇସିସି ତାଲିକାରେ ଚୈତନ୍ୟଙ୍କ ନାମ ଥିବାରୁ ଏପରି କରାଯାଇଥିବା କହିଛନ୍ତି। ତାଙ୍କୁ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri