ସରକାରୀ ଯୋଜନାରୁ ସୁଫଳ ପାଉ ନାହାନ୍ତି ଜନଜାତି ଲୋକେ: ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିତାଉଛନ୍ତି ଜୀବନ

ଖଣ୍ଡପଡା,୭।୮(ସ୍ବ.ପ୍ର.)-ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ୫ ନମ୍ବର ଜିଲା ପରିଷଦ ଜୋନ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକେ ନାନା ସମସ୍ୟା ମଧ୍ୟରେ ରହିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନଜାତିଙ୍କ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି। ମାତ୍ର ଏହି ସବୁ ସରକାରୀ ଯୋଜନାରୁ ସୁଫଳ ପାଇପାରୁ ନାହାନ୍ତି।ଖଣ୍ଡପଡା ବ୍ଲକ ଅଞ୍ଚଳର ବିଭିନ୍ନ ଇଲାକାରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ବାସିନ୍ଦା। ଏପରି କି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡିକ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ଜଣାପଡିଛି। ଖଣ୍ଡପଡ଼ା ବ୍ଲକ ଅଧୀନ ଆଦିବାସୀ ଅଧ୍ୟୁଷିତ କିଆଝର, ଗଡିଆସାହି, ସିଂଘାପଡା, କୋସକା,ରୟତଢୋଲମରା, ବଳଭଦ୍ରପ୍ରସାଦ, କୁମ୍ଭାରପଡ଼ା ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶହଶହ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଝାଟିମାଟି ନୂଆଣିଅଁା ଚାଳଛପର ଘରେ ବର୍ଷତମାମ ଜନଜାତି ସମ୍ପ୍ରଦାୟର ଲୋକମାନେ ବାସ କରୁଥିଲେ ହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଏମାନେ ଅଦ୍ୟାବଧି ବାସଗୃହ ଖଣ୍ଡେ ପାଇପାରିନଥିବା ଜଣାପଡିଛି। ସେହିପରି ଅଧିକାଂଶ ପରିବାରବର୍ଗଙ୍କ ନିକଟରେ ରାଶନକାର୍ଡ ଖଣ୍ଡେ ନଥିବାରୁ ଜନସାଧାରଣ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ଜଙ୍ଗଲରୁ ଲାଖ, ଝୁଣା, ମହୁ, ମହୁଲଫୁଲ, ଶାଳମଞ୍ଜି, କେନ୍ଦୁ, କେନ୍ଦୁପତ୍ର, ପାଣିଆଳୁ, ଜାଳେଣି କାଠ ଓ କାଠ କୋଇଲା ସଂଗ୍ରହ କରି ଜନଜାତି ସମ୍ପ୍ରଦାୟର ଲୋକମାନେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଏମାନଙ୍କର ମୌଳିକ ସମସ୍ୟା ପ୍ରତି ପ୍ରଶାସନିକ ଅଧିକାରୀ ଓ ପଞ୍ଚାୟତ ଲୋକ ପ୍ରତିନିଧିମାନେ ଦୃଷ୍ଟି ନ ଦେଇ ଆଖି ବୁଜି ଦେଉଛନ୍ତି। ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା, ଲୋକପ୍ରିୟ କାଳିଆ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପରି ଅନେକ ଯୋଜନାରୁ ଶହଶହ ଜନଜାତି ସମ୍ପ୍ରଦାୟର ଜନସାଧାରଣ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ସମ୍ପୃକ୍ତ ପରିବାର ଗୁଡିକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଜୀବନଜୀବିକା ନିର୍ବାହ ପାଇଁ କଠିନ ପରିଶ୍ରମ କରି ଜଙ୍ଗଲରୁ ମୂଲ୍ୟବାନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ ହେଁ ସେମାନଙ୍କୁ ଉଚିତ ପାରିଶ୍ରମିକ ମିଳୁନଥିବା ସେମାନେ କୁହନ୍ତି। ଉଚିତ ଦରରେ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟା ନିମନ୍ତେ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବଜାର ବ୍ୟବସ୍ଥା କରାଗଲେ ଜନଜାତି ସମ୍ପ୍ରଦାୟର ଲୋକେ ବେଶ ଲାଭବାନ ହୋଇପାରିବେ ବୋଲି କୁହାଯାଉଛି। ଜନଜାତି ସମ୍ପ୍ରଦାୟର ଜନସାଧାରଣଙ୍କ ମୌଳିକ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri