ସରକାରୀ ଯୋଜନାରୁ ବଁଚିତ୍‌: ୧୦ କେ.ଜି. ଚାଉଲ ଭରସାରେ ବୁରୁଧ୍‌ ଦମ୍ପତି

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଖଟିଆ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର, ଭତା, ଚାଉଲ ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ହକ୍‌ଦାର ହିତାଧିକାରୀ ଭିନେ ଭିନେ କାରନ୍‌ରୁ ଇ ଯୋଜନାରୁ ବଁଚିତ୍‌ ହେଇ ବଡ଼ା ଦୁଖେ ଜୀବନ୍‌ ବିତଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଁଚେତ୍‌ ଅଧୀନ ଝଲିଆଲିଟି ଗାଁରେ।
ସୂଚନା ଅନ୍‌ସାରେ ଝଲିଆଲିଟି ଗାଁର ବୁରୁଧ୍‌ ଖଗ ଦୀପ। ପରିବାର କହେଲେ ମାଏକିନା ହୀରା ଦୀପ, ଦୁଇ ଝି’ ସୁଶୀଲା, ଦବକୀ ଆର ଗୁଟେ ବଲି ପୁଓ ଅମୃତକୁଁ ନେଇ ସଁସାର। ଖଗ ଦୁଖ୍‌ସୁଖ କରି ଝି’ପୁଓମାନକୁ ବିହାଚୁରା କରି ସାରିଛନ୍‌। ସଭେ ଯେ ଯାହାର କୁଟୁମ ଧରି ଅଲଗେ ରହୁଛନ୍‌। ଏନ୍‌ତାଥି ବୁରୁଧ୍‌ ଦମ୍ପତି ଘରେ ଏକଲା ରହିଛନ୍‌। ଇଆଡ଼େ ସଁପତି କହେଲେ ୪ ଡେସିମିଲ ଘର ଡିହକେ ଛାଡ଼ିଦେଲେ କିଛି ନାଇଁ। ଗୁଟେ ମାଏଟ୍‌ ଖପର ଘରେ ବୁଢ଼ାବୁଢ଼ୀ ମୁଡ଼ ଗୁଁଜିଛନ୍‌। ବୁଢ଼ାବୁଢ଼ୀକର କେହେନ୍‌ସି ପରକାର ରୁଜ୍‌ଗାରର ଜରିଆ ନଁାଇଁନ। ଏନ୍‌ତାଥି ଉପେ ଶୂଇନ୍‌ ବୁରୁଧ୍‌ ଦମ୍ପତି ପରହର କାମ୍‌ବୁତା କରି ନିଜର ପେଟ୍‌ ପାଲୁଛନ୍‌। ସରକାରୀ ସାହାଯ୍‌ କହେଲେ ପଁଚେତ୍‌ରୁ ମାସିକ ମିଲୁଥିବାର ୧୦ କେ.ଜି. ଚାଉଲ। ଦମ୍ପତିକଁର ବଏସ୍‌ ୬୦ ଟପି ଯାଇଛେ। ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଦମ୍ପତି ଦରକାରୀ କାଗଜପତର ଓ୍ବାର୍ଡ ମେମ୍ବର ଜରିଆରେ ପଁଚେତ୍‌ରେ ଦାଖଲ କରିଛନ୍‌। ହେଲେ ଇ ବାବ୍‌ଦେ ପଁଚେତ୍‌ କତୁରପକ୍ଷକୁଁ ବାରବାର ଗୁହାରି କଲେ ବି କେହି ନାଇଁ ଶୁନୁଥିବାର ଖଗ ଅଭିଯୋଗ କରିଛନ୍‌। ଏନ୍‌ତାଥି ବୁରୁଧ୍‌ ଦମ୍ପତି ଖରା, ବରଷା, ଶୀତ୍‌ କାକରରେ ବଡ଼ା ଗୁଲ୍‌ଗୁଲା ହେଇ ଦଦ୍‌ରା କୁରିଆରେ ଜୀବନ୍‌ ବିତଉଛନ୍‌। ବରଷା ଦିନେ ଅବସ୍‌ତା ଏନ୍‌ତା ହେଉଛେ ଯେ ଘରେ ଚୁଲି ଜାଲବାର ଭିଡ଼ ପଡ଼ିଯାଉଛେ ବଲି ଖଗ କହିଛନ୍‌। ଜିଲା ଆର ଥାନୀଅ ପରଶାସନ ଇ ବୁରୁଧ୍‌ ଦମ୍ପତିକଁର ଉପରେ ଦୁରୁଷ୍‌ଟି ଦେଇ ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri