ସରକାରୀ ମାନ୍ୟତା ମିଳିଲାନି: ବନ୍ଦ ହେଲାଭୀମଭୋଇ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୨୩।୭(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ଜନସାଧାରଣଙ୍କ ଉଦ୍ୟମରେ ଚାଲି ଆସିଥିବା ସ୍ବାସ୍ଥ୍ୟକେନ୍ଦ୍ରଟି ଶେଷରେ ବନ୍ଦ ହେଲା। ଦେଢ ମାସ ହେଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଉ ଡାକ୍ତର, ଫାର୍ମାସିଷ୍ଟ କିମ୍ବା ସ୍ବାସ୍ଥ୍ୟ କର୍ମଚାରୀ ଆସୁନାହାନ୍ତି। ଔଷଧ ମଧ୍ୟ ଆଉ ଯୋଗାଇ ଦିଆଯାଉନି। ସରକାରୀ ମାନ୍ୟତା ନ ମିଳିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରାଯାଇଛି। ୮ ବର୍ଷ ଧରି ଚାଲି ଆସିଥିବା ସ୍ବାସ୍ଥ୍ୟ କେନ୍ଦ୍ରଟି ବନ୍ଦ ହେବା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ ଖଲିଆପାଲିରେ ନୂତନ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
୨୦୧୧ମସିହା ଅକ୍ଟୋବର ୨୬ତାରିଖରେ ସୁବର୍ଣ୍ଣପୁରର ତତ୍କାଳୀନ ଜିଲାପାଳ ସ୍ବର୍ଗତ ଗଗନ ବିହାରୀ ସ୍ବାଇଁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ସେହିଦିନଠାରୁ ସ୍ବାସ୍ଥ୍ୟକେନ୍ଦ୍ରର ପରିଚାଳନା ଦାୟିତ୍ୱ ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ହାତକୁ ନେଇଥିଲା। ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ନିଜର କୋଠା ଯୋଗାଇ ଦେଇଥିଲେ। ଜିଲା ରେଡକ୍ରସ ପକ୍ଷରୁ ସହାୟତା ମିଳୁଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ତତ୍କାଳୀନ ଜିଲାପାଳ ଏକ ପ୍ରସ୍ତାବ ଗତ ୧୧।୫।୨୦୧୨ରିଖରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ପଠାଇଥିଲେ। ତତ୍କାଳୀନ ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର ଓ ଅଞ୍ଚଳବାସୀ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ। ମାତ୍ର ରାଜ୍ୟ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରୀ ମାନ୍ୟତା ପ୍ରଦାନ କଲେନି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଖଲିଆପାଲି, ମୟୁରଉଡାନ, ରେଙ୍ଗାଲି, ମଲ୍ଲିକମୁଣ୍ଡା ଓ ବିଶିମୁଣ୍ଡା ଗ୍ରାମ ପଞ୍ଚାୟତର ପାଖାପାଖି ୩୦ହଜାର ଲୋକ ନିର୍ଭରଶୀଳ ଥିଲେ। ସ୍ଥାନୀୟ ଅଞ୍ଚଳରେ କୌଣସି ସ୍ବାସ୍ଥ୍ୟକେନ୍ଦ୍ର ତଥା ସ୍ବାସ୍ଥ୍ୟ ସୁବିଧା ନଥିବାରୁ ପ୍ରତିଦିନ ହାରାହାରି ୫୦ଜଣ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସା ସେବା ପାଉଥିଲେ। ସନ୍ଥ କବିଙ୍କ ସମାଧି ପୀଠକୁ ଦର୍ଶନ ପାଇଁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଆବଶ୍ୟକ ସମୟରେ ଚିକିତ୍ସିତ ହେଉଥିଲେ। ପୂର୍ବତନ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଆଦେଶକ୍ରମେ ନିକଟସ୍ଥ ନାଇକେନପାଲି ସ୍ବାସ୍ଥ୍ୟକେନ୍ଦ୍ରର ଏମଏଚୟୁ(ମୋବାଇଲ ହେଲ୍‌ଥ ୟୁନିଟ୍‌) ଓ ସାହାଜପିଟା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫମାନେ ଖଲିଆପାଲିକୁ ଆସି ରୋଗୀମାନଙ୍କୁ ଚିକିତ୍ସା କରୁଥିଲେ। ତେବେ ଏହି ସୁବିଧା ବନ୍ଦ ହେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ତାଲା ଝୁଲୁଛି। ସ୍ଥାନୀୟ ଲୋକଙ୍କ ଦାବି ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ସମାଧି ପୀଠ ଟ୍ରଷ୍ଟର ସଭାପତି ଛତ୍ରଧାରୀ ଅଗ୍ରୱାଲା, ଖଲିଆପାଲି ସରପଞ୍ଚ ରଘୁନାଥ ଅଗ୍ରୱାଲା, ସୁମନ୍ତ ପୁଟେଲ, ପ୍ରହଲ୍ଲାଦ ବେହେରା, ଜନମୁରା ପଞ୍ଚାୟତର ସମିତି ସଭ୍ୟ ସୁବ୍ରତ କୁମାର ସେଠୀ ଓ ଅନୀଲ ଧରୁଆ ପ୍ରମୁଖ ସୋମବାର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସାକ୍ଷାତ୍‌ ପାଇଁ ଅଞ୍ଚଳବାସୀ ଆସିଥିଲେ। ତେବେ ଜିଲାପାଳ ଜନ ଅଭିଯୋଗ ଶୁଣାଣି ପାଇଁ ଡୁଙ୍ଗୁରିପାଲି ବ୍ଲକକୁ ଯାଇଥିବାରୁ ସାକ୍ଷାତ ସମ୍ଭବ ହୋଇ ପାରି ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri