ସରକାରୀ ମାନ୍ୟତା ମିଳିଲାନି: ବନ୍ଦ ହେଲାଭୀମଭୋଇ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୨୩।୭(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ଜନସାଧାରଣଙ୍କ ଉଦ୍ୟମରେ ଚାଲି ଆସିଥିବା ସ୍ବାସ୍ଥ୍ୟକେନ୍ଦ୍ରଟି ଶେଷରେ ବନ୍ଦ ହେଲା। ଦେଢ ମାସ ହେଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଉ ଡାକ୍ତର, ଫାର୍ମାସିଷ୍ଟ କିମ୍ବା ସ୍ବାସ୍ଥ୍ୟ କର୍ମଚାରୀ ଆସୁନାହାନ୍ତି। ଔଷଧ ମଧ୍ୟ ଆଉ ଯୋଗାଇ ଦିଆଯାଉନି। ସରକାରୀ ମାନ୍ୟତା ନ ମିଳିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରାଯାଇଛି। ୮ ବର୍ଷ ଧରି ଚାଲି ଆସିଥିବା ସ୍ବାସ୍ଥ୍ୟ କେନ୍ଦ୍ରଟି ବନ୍ଦ ହେବା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ ଖଲିଆପାଲିରେ ନୂତନ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
୨୦୧୧ମସିହା ଅକ୍ଟୋବର ୨୬ତାରିଖରେ ସୁବର୍ଣ୍ଣପୁରର ତତ୍କାଳୀନ ଜିଲାପାଳ ସ୍ବର୍ଗତ ଗଗନ ବିହାରୀ ସ୍ବାଇଁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ସେହିଦିନଠାରୁ ସ୍ବାସ୍ଥ୍ୟକେନ୍ଦ୍ରର ପରିଚାଳନା ଦାୟିତ୍ୱ ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ହାତକୁ ନେଇଥିଲା। ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ନିଜର କୋଠା ଯୋଗାଇ ଦେଇଥିଲେ। ଜିଲା ରେଡକ୍ରସ ପକ୍ଷରୁ ସହାୟତା ମିଳୁଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ତତ୍କାଳୀନ ଜିଲାପାଳ ଏକ ପ୍ରସ୍ତାବ ଗତ ୧୧।୫।୨୦୧୨ରିଖରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ପଠାଇଥିଲେ। ତତ୍କାଳୀନ ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର ଓ ଅଞ୍ଚଳବାସୀ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ। ମାତ୍ର ରାଜ୍ୟ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରୀ ମାନ୍ୟତା ପ୍ରଦାନ କଲେନି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଖଲିଆପାଲି, ମୟୁରଉଡାନ, ରେଙ୍ଗାଲି, ମଲ୍ଲିକମୁଣ୍ଡା ଓ ବିଶିମୁଣ୍ଡା ଗ୍ରାମ ପଞ୍ଚାୟତର ପାଖାପାଖି ୩୦ହଜାର ଲୋକ ନିର୍ଭରଶୀଳ ଥିଲେ। ସ୍ଥାନୀୟ ଅଞ୍ଚଳରେ କୌଣସି ସ୍ବାସ୍ଥ୍ୟକେନ୍ଦ୍ର ତଥା ସ୍ବାସ୍ଥ୍ୟ ସୁବିଧା ନଥିବାରୁ ପ୍ରତିଦିନ ହାରାହାରି ୫୦ଜଣ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସା ସେବା ପାଉଥିଲେ। ସନ୍ଥ କବିଙ୍କ ସମାଧି ପୀଠକୁ ଦର୍ଶନ ପାଇଁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଆବଶ୍ୟକ ସମୟରେ ଚିକିତ୍ସିତ ହେଉଥିଲେ। ପୂର୍ବତନ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଆଦେଶକ୍ରମେ ନିକଟସ୍ଥ ନାଇକେନପାଲି ସ୍ବାସ୍ଥ୍ୟକେନ୍ଦ୍ରର ଏମଏଚୟୁ(ମୋବାଇଲ ହେଲ୍‌ଥ ୟୁନିଟ୍‌) ଓ ସାହାଜପିଟା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫମାନେ ଖଲିଆପାଲିକୁ ଆସି ରୋଗୀମାନଙ୍କୁ ଚିକିତ୍ସା କରୁଥିଲେ। ତେବେ ଏହି ସୁବିଧା ବନ୍ଦ ହେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ତାଲା ଝୁଲୁଛି। ସ୍ଥାନୀୟ ଲୋକଙ୍କ ଦାବି ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ସମାଧି ପୀଠ ଟ୍ରଷ୍ଟର ସଭାପତି ଛତ୍ରଧାରୀ ଅଗ୍ରୱାଲା, ଖଲିଆପାଲି ସରପଞ୍ଚ ରଘୁନାଥ ଅଗ୍ରୱାଲା, ସୁମନ୍ତ ପୁଟେଲ, ପ୍ରହଲ୍ଲାଦ ବେହେରା, ଜନମୁରା ପଞ୍ଚାୟତର ସମିତି ସଭ୍ୟ ସୁବ୍ରତ କୁମାର ସେଠୀ ଓ ଅନୀଲ ଧରୁଆ ପ୍ରମୁଖ ସୋମବାର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସାକ୍ଷାତ୍‌ ପାଇଁ ଅଞ୍ଚଳବାସୀ ଆସିଥିଲେ। ତେବେ ଜିଲାପାଳ ଜନ ଅଭିଯୋଗ ଶୁଣାଣି ପାଇଁ ଡୁଙ୍ଗୁରିପାଲି ବ୍ଲକକୁ ଯାଇଥିବାରୁ ସାକ୍ଷାତ ସମ୍ଭବ ହୋଇ ପାରି ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri