ସରକାରୀ ବୈଠକରେ ଜଙ୍କ୍‌ଫୁଡ୍‌ ମନା : ମୁଢ଼ି,ଫଳ ଖାଇବେ ଅଧିକାରୀ ଓ ମନ୍ତ୍ରୀ

ସରକାରୀ ବୈଠକରେ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ଜଙ୍କ୍‌ଫୁଡ୍‌ ଖାଇବେ ନାହିଁ ବୋଲି ବିହାର ସରକାର ତଥା ନୀତିଶ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ବୈଠକରେ କେବଳ ମୁଢ଼ି ଏବଂ ଫଳ ଖାଇବେ। ରେଷ୍ଟୁରାଣ୍ଟରୁ ମଗା ଯାଉଥିବା ଶସ୍ତା ଜଙ୍କ୍‌ଫୁଡ୍‌ ଏବଂ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ପ୍ରତି ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି।

ଖାଦ୍ୟ ନଷ୍ଟ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ରାଜ୍ୟ ସରକାର କହିଛନ୍ତି। ପେଟିସ୍‌, ପିଜା, ବର୍ଗର ଏବଂ ସ୍ୟାଣ୍ଡ୍‌ଓ୍ବିଚ୍‌ ସ୍ଥାନରେ ଅଧିକାରୀ-ମନ୍ତ୍ରୀମାନେ ଫଳ, ମୁଢ଼ି, ବିସ୍କୁଟ ଏବଂ ସରକାରୀ କ୍ୟାଣ୍ଟିନ୍‌ରୁ ମିଳୁଥିବା ଖାଦ୍ୟ ଖାଇବେ।

ଗୁରୁବାର ମୁଖ୍ୟ ସଚିବ ଦୀପକ କୁମାର ବିଭାଗୀୟ ପ୍ରଧାନ ସଚିବଙ୍କୁ ଏହି ବ୍ୟବସ୍ଥା ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share