Categories: ଜାତୀୟ

ସରକାରୀ ବୈଠକରେ ଚା’ ସହିତ ଆଉ ମିଳିବନି ବିସ୍କୁଟ: ଚଣା ଖାଇବେ ଅଧିକାରୀ

ନୂଆଦିଲ୍ଲୀ,୨୯।୬: ସରକାରୀ ଅଧିକାରୀଙ୍କ ବୈଠକରେ ଏଣିକି ଚା’ ସହିତ ବିସ୍କୁଟ ଦିଆଯିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଥର ଅଧିକାରୀମାନେ ଚା’ ସହିତ ଭଜା ଚଣା, ଆଲମଣ୍ଡ, ଓ୍ବାଲନଟ୍‌, ଖଜୁରୀ ଆଦି ଖାଇବେ ଯାହା ସ୍ବାସ୍ଥ୍ୟପକ୍ଷେ ହିତକର। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏଥିପାଇଁ ସର୍କୁଲାର ଜାରି କରାଯାଇଛି। ପ୍ରଥମେ ଏହା ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ କାର୍ଯ୍ୟକାରୀ କରାଯିବ। ଏହାପରେ ଏ ସମ୍ପର୍କରେ ଅନ୍ୟ ମନ୍ତ୍ରଣାଳୟକୁ ଅନୁରୋଧ କରାଯିବ। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ଲାଷ୍ଟିକ ଶରୀର ପାଇଁ କ୍ଷତିକାରକ ହୋଇଥିବା ବେଳେ କିଛିଦିନ ପରେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବାକୁ ନେଇ ମଧ୍ୟ ଏକ ସର୍କୁଲାର ଜାରି କରାଯାଇପାରେ ବୋଲି ସେ କହିଛନ୍ତି।

Share