ସରକାରୀ ବସଷ୍ଟାଣ୍ଡ ପରିଦର୍ଶନ କଲେ ପରିବହନ ମନ୍ତ୍ରୀ

ବରଗଡ ଅଫିସ, ୩୦।୧୦: ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବୁଧବାର ସକାଳ ପ୍ରାୟ ସାଢେ ୮ଟାରେ ବରଗଡ ସରକାରୀ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ସେ ବସଷ୍ଟାଣ୍ଡର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। କାର୍ଯ୍ୟକ୍ଷମ ନଥିବା ଶୌଚାଳୟ, ଜବରଦଖଲ, ଡ୍ରେନେଜ ବ୍ୟବସ୍ଥା ଆଦି ଉପରେ ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ନୃସିଂହନାଥରୁ ବରଗଡ ଦେଇ ପୁରୀକୁ ଏକ ସରକାରୀ ବସ ଚଳାଚଳ ପାଇଁ ପ୍ରସ୍ତାବ ନିଆଯାଇଥିବା ମନ୍ତ୍ରୀ ବେହେରା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ, ଏଟିଏମ ବିଭୁ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।