ସରକାରୀ ନିୟମକେ ବେଖାତିର: ଖରାରେ ସଁଥ୍‌ଲି ହେଉଛନ୍‌ ରୁଗୀ

ଜାମଟିକ୍ରା, ୨୬।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କର ଚିକିତ୍ସା ସୁବିଧା ଲାଗି ଜିଲାସ୍ତରରେ ଜିଲା ମୁଖିଆ ଡାକ୍‌ତରଖାନା, ସବଡିଭିଜନସ୍ତରରେ ଉପଖଣ୍ଡ ଚିକିତ୍ସାଳୟ, ବ୍ଲକମାନକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୁଲୁଛନ୍‌। ହେଲେ କେନ୍‌ଠାନେ ଡାକ୍‌ତର ମର୍‌ଡି ତ ଆରକେନ୍‌ନେ ଡାକ୍‌ତରଖାନା କତୁରପକ୍ଷ ସରକାରୀ ନିୟମକେ ବେଖାତିର କରୁଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ୍‌ରେ।
ସୂଚନା ହିସାବେ, ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୪ଟା ପଁଚେତ୍‌ ସମେତ ଅତାବିରା ଏନ୍‌ଏସିର ଲୋକ୍‌ମାନେ ନିରଭର କରୁଛନ୍‌। ହେଲେ ସ୍ବାସ୍ଥ୍ୟ କେନ୍ଦ୍ରଟା ଲୁକ୍‌କୁ ଚିକିତ୍ସା ସେବା ଯୁଗେଇ ବେବାରେ ବିଫଲ ହେଇଥିବାର ଲୋକ୍‌ ଅଭିଯୋଗ କରିଛନ୍‌। ରାଏଜ୍‌ ସରକାର ବଢ଼ତି ଖରା ଝାଉକେ ଦେଖି ସ୍କୁଲ, କଲେଜ ଛୁଟି ଘୋଷନା କରବାର ସଂଗେ ସରକାରୀ ଅଫିସମାନ ବି ସଖାଲୁଆ କରିଛନ୍‌। ସେନ୍‌ତା ଏପ୍ରିଲରୁ ସେପ୍ଟେମ୍ବର ତକ୍‌ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରମାନ ସଖାଲର ୭ରୁ ୧୧ ବଜେ ତକ୍‌ ଆର ଦୁଇପହରର ୪ରୁ ୬ ବଜେ ତକ୍‌ ଖୁଲବାର ନିୟମ ଅଛେ। ଅକ୍ଟୋବରରୁ ମାର୍ଚ୍ଚ ସଖାଲର ୮ରୁ ୧୨ ବଜେ ତକ୍‌ ଆର ଦୁଇପହରର ୩ରୁ ୫ ବଜେ ତକ୍‌ ଖୁଲା ରଖବାର ସରକାରୀ ନିୟମ ରହିଛେ। ହେଲେ ଇ ସରକାରୀ ନିୟମକେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କେହେନ୍‌ସି କରମ୍‌ଚାରୀ କି ଡାକ୍‌ତର ନାଇଁ ମାନୁଥିବାର ଦେଖ୍‌ବାକେ ମିଲିଛେ। ଅଭିଯୋଗ ଅନ୍‌ସାରେ ଡାକ୍‌ତରମାନେ ଡାକ୍‌ତରଖାନାକେ ସଖାଲର ୮ ବଜେ ଉତାରୁ ଆସୁଛନ୍‌। ଇ ଘଟନା ବାବ୍‌ଦେ ଥାନୀୟ ପରତିନିଧି ଖବର ଠୁଲାବେ ଶୁକୁରବାର ସକାଲୁ ଅତାବିରା ଡାକ୍‌ତରଖାନାକେ ଗଲାରୁ ରୁଗୀ ଡାକ୍‌ତରଖାନା ମୁହେଁ ବସିଛନ୍‌, ହେଲେ ୮ ବଜେ ତକ୍‌ ଡାକ୍‌ତରମାନକର ଦେଖାଦରଶନ୍‌ ନାଇଁଥାଇ। ସଖାଲର ୮ ବାଜି ୫ ମିନିଟରେ ଦଁାତ ଡାକ୍‌ତର, ୮.୧୦ରେ ଆୟୁଷ ଡାକ୍‌ତର ଆର ବାକି ସବୁ ଡାକ୍‌ତର ସାଢ଼େ ଆଠ୍‌ ବଜେ ଆସିଥିବାର ଦେଖ୍‌ବାକେ ମିଲିଥିଲା। ଖରା ଝାଉର ତେଜ୍‌କେ ଦେଖି ୨୦ରୁ ୩୦ କି.ମି. ଦୂରୁ ରୁଗୀମାନେ ସଖାଲର ୭ ବଜେ ଡାକ୍‌ତରଖାନାରେ ପୁହୁଁଚି ଯାଉଛନ୍‌। ହେଲେ ଡାକ୍‌ତରଖାନା ଧାଯ୍‌ ସମିଆଠାନୁ ୧ ଘଁଟା ବିଲମ୍‌ରେ ଖୁଲୁଥିବାର ଦେଖ୍‌ବାକେ ମିଲିଛେ। ଏନ୍‌ତାଥି ଦୂରିଆରୁ ଆସିଥିବାର ରୁଗୀ ଆର ତାକର ଲୋକ୍‌ବାକ୍‌ମାନେ ବଡ଼ା ଦହଗଁଜ୍‌ ହେଉଛନ୍‌। ଉପେ ଶୂଇନ୍‌ ହେଇ ଘଁଟା ଘଁଟା ଧରି ଡାକ୍‌ତରକୁଁ ଟାକୁଛନ୍‌। ଇ ବାବ୍‌ଦେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧ୍‌କାରୀ ରବିନାରାୟଣ ମିଶ୍ରକୁଁ ପଚରାଲାରୁ ୭ ବଜେନୁ ରୁଗୀ ନାଇଁ ଆଏବାର, ସେଥିରଲାଗି ଆମେ ୮ରୁ ୧୨ ବଜେ ତକ୍‌ ଡାକ୍‌ତରଖାନା ଖୁଲୁଛୁଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri