ସରକାରୀ ନିୟମକୁ ଫୁ: ରାସ୍ତା କଡ଼, ଡ୍ରେନରେ ପକାଯାଉଛି ବ୍ୟବହୃତ ସିରିଞ୍ଜ, ଛୁଞ୍ଚି

ଖୋର୍ଦ୍ଧା ଅଫିସ,୧୦।୧୧: ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଆଇନକୁ ଘରୋଇ ମେଡିକାଲ, ପାଥୋଲାବ ସେଣ୍ଟର ଓ ଔଷଧ ଦୋକାନୀ ମାନୁନାହାନ୍ତି। ଖୋର୍ଦ୍ଧା ମ୍ୟୁନିସିପାଲିଟିର ଅସ୍ଥାୟୀ ଡମ୍ପିଂୟାର୍ଡ କୁହାଯାଉଥିବା ଜିଲା ସଦର ମହକୁମା ବାଜପୁର ରାସ୍ତାର ଏସ୍‌ପିଙ୍କ କାର୍ଯ୍ୟାଳୟ ପାଖରେ ବ୍ୟବହୃତ ଛୁଞ୍ଚି ସଂଲଗ୍ନ ସିରିଞ୍ଜ, ସାଲାଇନ୍‌, ଅପରିଷ୍କାର ଗଜ କପଡା, ଔଷଧ କାଚ ପରି ବର୍ଜ୍ୟବସ୍ତୁ ପକାଯାଉଛି। କେତେଗୋଟି ଘରୋଇ ହସ୍ପିଟାଲ, ଔଷଧ ଦୋକାନ ଓ ପାଥୋଲୋଜି ସେଣ୍ଟର ବର୍ଜ୍ୟବସ୍ତୁ କିପରି ନଷ୍ଟ କରିବେ ସେଥିପ୍ରତି ସ୍ବତନ୍ତ୍ର ନିୟମ ରହିଛି। ଏଭଳିସ୍ଥଳେ ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ରହିଛି। ସେମାନେ ସରକାରୀ ନିୟମକୁ ଫୁ କରି ଏହା ପକାଉ ଥିବା ଅଭିଯୋଗ ରହିଛି।

ନିକଟରେ ଏକ ଘରୋଇ ସ୍କୁଲ, ଅନୁକୂଳ ଚନ୍ଦ୍ର ମନ୍ଦିର, ଜାନକୀ ପଟ୍ଟନାୟକ ପାର୍କ ରହିଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ପଡୁନି। ସେହିପରି କେତେକ ଔଷଧ ଦୋକାନୀ ନିଜ ଦୋକାନରେ କେତେଜଣ ରୋଗୀଙ୍କୁ ଇଞ୍ଜେକଶନ ଦେଇ ଡ୍ରେନ ଭିତରେ ସିରିଞ୍ଜ, ଛୁଞ୍ଚତ୍ ପରି ବର୍ଜ୍ୟବସ୍ତୁ ପକାଇ ଦେଉଛନ୍ତି। ପୁଣି ପାଥୋଲାବ୍‌ ସେଣ୍ଟର ମଧ୍ୟ ପକାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ହେଲେ ପ୍ରଶାସନିକ ପ୍ରତିକାର ନାହିଁ। ସ୍ଥାନୀୟ ଅଞ୍ଚଳର ବିଭୁ ପ୍ରସାଦ ଦାସ କୁହନ୍ତି, ବାଜପୁର ଅଣ୍ଡା ମନ୍ଦାରାବସ୍ତ ରାସ୍ତାପାର୍ଶ୍ୱରେ ପୂର୍ବରୁ ଖୋର୍ଦ୍ଧ ମ୍ୟୁନିସିପାଲିଟି ଆବର୍ଜନା ପକାଉଥିଲା। ଏବେ ଘରୋଇ ହସ୍ପିଟାଲ ପକାଉଛି ସିରିଞ୍ଜ, ଗଜକନା, ସାଲାଇନ୍‌ ବୋଟଲ। ନିକଟରେ ଏସ୍‌ପି, ଜିଲାପାଳ ଅଫିସ ଥିଲେ ମଧ୍ୟ କାହାରି ନଜର ପଡୁନି। ଏ ନେଇ ଅଭିଯୋଗ କଲେ ସୁଫଳ ମିଳୁନି। ସିଡିଏମ୍‌ଓ ବିଜୟ ମହାପାତ୍ରଙ୍କୁ ପଚାରିବାରେ ବାୟୋମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲକୁ ଅଣଦେଖା କରୁଥିବା ସଂସ୍ଥା, ବ୍ୟକ୍ତି ବିଶେଷକୁ ତାଗିଦ୍‌ କରାଯିବ। ଆଇନକୁ ଅଣଦେଖା କରିଲେ ପ୍ରଦୂଷଣ ବୋର୍ଡକୁ ଅବଗତ କରାଯିବ। ତେବେ ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାପାର୍ଶ୍ୱରେ ପଡିଥିବା ବର୍ଜ୍ୟବସ୍ତୁ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।

ବର୍ଜ୍ୟବସ୍ତୁ ଦେଉଛି ବଞ୍ଚତ୍ବାର ରାହା

ବର୍ଜ୍ୟବସ୍ତୁ ଦେଉଛି ବଞ୍ଚତ୍ବାର ରାହା। ନୀଳା ଦେଈ ନାମ୍ନୀ ମହିଳା ଓ ତାଙ୍କ ସ୍ବାମୀ ବ୍ୟବହୃତ ଛୁଞ୍ଚତ୍ ସଂଲଗ୍ନ ସିରିଞ୍ଜ, ସାଲାଇନ୍‌ ବୋତଲ, ଔଷଧ କାଚକୁ ଏସ୍‌ପି ଅଫିସ ପାଖରୁ ଗୋଟାଉଥିବା ଦେଖିବାକୁ ମିଳିଥିଲା। ପଚାରିବାରୁ ନୀଳା କହିଥିଲେ ଏହା ଆମ୍ଭ ଦମ୍ପତିଙ୍କର ସବୁ ଦିନିଆ କାର୍ଯ୍ୟ। ବର୍ଜ୍ୟବସ୍ତୁ ଆମକୁ ବଞ୍ଚତ୍ବାକୁ ଦାନା ଯୋଗାଉଛି। ଏଥିରୁ ଯାହା ରୋଜଗାର ହୁଏ ଆମ ପରିବାର ଚଳେ। କେତେଗୋଟି ଘରୋଇ ହସ୍ପିଟାଲ ପ୍ରତ୍ୟହ ଏଠାରେ ବର୍ଜ୍ୟବସ୍ତୁ ପକାଉଛନ୍ତି। ପ୍ରଥମେ ମୋତେ ଏହା ଭୟ ଲାଗୁ ଥିଲା। କିଛିଦିନ ପରେ ଭୟ ଦୂର ହୋଇଗଲା। ଏହା ସଂକ୍ରମଣ ହୋଇପାରେ ହେଲେ ଆମ ପାଇଁ ବିକଳ୍ପ ନାହିଁ। ଏହାକୁ ସଂଗ୍ରହ କରି ନେଇ ଆମେ ବିକ୍ରି କରିବାକୁ ପଡୁଛି।