Categories: ଜାତୀୟ

ସରକାରୀ ଡାକ୍ତରଖାନା ପ୍ରସବ କକ୍ଷରେ ବାଜିଲା ଗାୟତ୍ରୀ ମନ୍ତ୍ର: ହଙ୍ଗାମା କଲେ ମୁସଲିମ୍‌ କର୍ମଚାରୀ

ଜୟପୁର, ୧୫।୫: ରାଜସ୍ଥାନର ଏକ ସରକାରୀ ଡାକ୍ତରଖାନା ପ୍ରସବ କକ୍ଷରେ ଗାୟତ୍ରୀ ମନ୍ତ୍ର ବାଜିବାକୁ ନେଇ ହଙ୍ଗାମା ହୋଇଛି। ଡାକ୍ତରଖାନାରେ କାର୍ଯ୍ୟକରୁଥିବା ମୁସଲିମ୍‌ କର୍ମଚାରୀମାନେ ଏହାକୁ ବିରୋଧ କରିଛନ୍ତି। ମାଧୋପୁର ଡାକ୍ତରଖାନାରେ ଗର୍ଭବତୀଙ୍କ ପ୍ରସବ ପୀଡା କମ କରିବା ପାଇଁ ଗାୟତ୍ରୀ ମନ୍ତ୍ର ପାଠ କରାଯାଉଥିଲା ବୋଲି କହିଛନ୍ତି ମାଧୋପୁର ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ତେଜରାମ ମିନା। ଗତ ବର୍ଷେ ହେବ ଏଠାରେ ଗାୟତ୍ରୀ ମନ୍ତ୍ର ପାଠ କରାଯାଉଛି। ଏହାଦ୍ୱାରା ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଁ ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ଜିଲାର ଆଉ ୨୦ଟି ଡାକ୍ତରଖାନାରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Share