ସରକାରଙ୍କ ସହଯୋଗ ଲୋଡ଼ିଲା ଭୋଡାଫୋନ

ନୂଆଦିଲ୍ଲୀ,୧୩-୧୧: ବିଭିନ୍ନ ବୈଧାନିକ ଦେୟ ବାବଦକୁ ପ୍ରାୟ ୯୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଟେଲିକମ୍‌ କମ୍ପାନୀଙ୍କୁ ସୁପ୍ରିମକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ପ୍ରମୁଖ ଟେଲିକମ୍‌ କମ୍ପାନୀ ଭୋଡାଫୋନର ସିଇଓ ନିକ୍‌ ରିଡ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ଏହି ଦେୟ ପ୍ରଦାନ ଲାଗି କମ୍ପାନୀଙ୍କୁ ବାଧ୍ୟକଲେ ଏହା ପରିଚାଳନାରେ ଅସୁବିଧା ସୃଷ୍ଟି କରିବ। ଏହା ହେଲେ ଭାରତରେ ଭୋଡାଫୋନର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଆସିପାରେ ବୋଲି କମ୍ପାନୀ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଭାରତୀୟ ଟେଲିକମ ଶିଳ୍ପରେ ବହୁତ ଚାର୍ଜ ଏବଂ ଟିକସ ଲାଗୁ ହେଉଥିବାରୁ ଏହା ଶିଳ୍ପ ଲାଗି ବାଧକ ସାଜିଥିବା ସେ ମତ ରଖିଛନ୍ତି।
ଏଭଳି ବିଭିନ୍ନ କାରଣ ଲାଗି ଭାରତରେ ଟେଲିକମ୍‌ ଶିଳ୍ପ ଅପରେଟରଙ୍କ ସ୍ଥିତି ଅତ୍ୟନ୍ତ ଖରାପ ହୋଇଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ସରକାରଙ୍କ କଠୋର ନିୟମକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ଭୋଡାଫୋନ ଆଇଡିଆଇକୁ ବିଭିନ୍ନ ଦେୟ ବାବଦରେ ୪୦ ହଜାର କୋଟି ଦେବାକୁ ସରକାର କହିଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିବା ବେଳେ ସରକାରଙ୍କ ପକ୍ଷରେ ରାୟ ଆସିଛି। ନିକଟରେ ଭୋଡାଫୋନ କହିଥିଲା ଯେ ଏହା ଭାରତ ବଜାରରେ ନିବେଶ ଜାରି ରଖିବ। ହେଲେ ଏଥିଲାଗି ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। ସେହିଭଳି ଭୋଡାଫୋନ ଭାରତ ଛାଡୁଥିବା ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି। ସରକାର ଟେଲିକମ୍‌ କମ୍ପାନୀଗୁଡିକ ଲାଗି ବିଭିନ୍ନ ପ୍ରୋତ୍ସାହନ ପଦକ୍ଷେପ ଏବଂ ରିହାତି ବ୍ୟବସ୍ଥା ଆଣିବା ଉପରେ ଉପରେ ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri