୪.୨%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୩-୧୧: ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୨%କୁ ହ୍ରାସ ଘଟିପାରେ। ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ହ୍ରାସ, ଏୟାର ଟ୍ରାଫିକ ମନ୍ଥରତା, ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧିରେ ହ୍ରାସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ନିବେଶ କମିବା ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହେଉଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଅର୍ଥନୈତିକ ଗବେଷଣା ବିଭାଗର ଇକୋରାପ୍‌ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଅଭିବୃଦ୍ଧି ହାର ଖସିବା ନେଇ ଏହି ରିପୋର୍ଟରେ ସୂଚନା ଦିଆଯାଇଛି। ଦେଶର ଅଭିବୃଦ୍ଧି ହାର ୬.୧% ରହିବ ବୋଲି ଏସ୍‌ବିଆଇ ପୂର୍ବରୁ ପୂର୍ବାନୁମାନ କରିଥିଲା ମାତ୍ର ଏହାକୁ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି। ୨୦୨୦ ଆର୍ଥତ୍କ ବର୍ଷରେ ଦେଶର ଜିଡ଼ିପି ଅଭିବୃଦ୍ଧି ୫%କୁ ଖସିବା ନେଇ ଏହା ପୂର୍ବାନୁମାନ କରିଛି।
ସେହିଭଳି ୨୦୨୦-୨୧ରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ସହ ଏହା ୬.୨% ଛୁଇଁବା ସମ୍ଭାବନା ରହିଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ରିଜର୍ଭ ବ୍ୟାଙ୍କ ଡିସେମ୍ବରରେ ଏହାର ମୁଦ୍ରାନୀତି ସମୀକ୍ଷା ବେଳେ ସୁଧହାର ହ୍ରାସ କରିପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଗତ ମାସରେ ରିଜର୍ଭ ବ୍ୟାଙ୍କ ଏହାର ରେପୋକୁ ଲଗାତର ଭାବେ ୫ଥର ଲାଗି ହ୍ରାସ କରିବା ସହ ୨୫ ବେସିସ୍‌ ପଏଣ୍ଟ କମାଇଥିଲା। ଡିସେମ୍ବର ୫ରେ ରିଜର୍ଭ ବ୍ୟାଙ୍କ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଦେଶର ଅଭିବୃଦ୍ଧି ପୂର୍ବାନୁମାନକୁ ଏହା ୬.୯%ରୁ ୬.୧%କୁ କମାଇଥିବା ଜଣାପଡିଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ୫%କୁ ଖସିଥିବାରୁ ଏହାକୁ ନେଇ ବଜାର ବିଶେଷଜ୍ଞ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଦେଶର ସାମଗ୍ରିକ ଚାହିଦାରେ ବୃଦ୍ଧି ଏବଂ ବିତ୍ତୀୟ ନୀତି ଉପରେ ସରକାର କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ବଜାର ବିଶେଷଜ୍ଞମାନେ ନଜରରେ ରଖିଛନ୍ତି। ସେହିଭଳି ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ଯୋଜନା ଉପରେ ନଜର ରହିଛି। ଏଦିଗରେ ସରକାର ଶୀଘ୍ର ସ୍ପଷ୍ଟ କଲେ ଏହା ବଜାର ଉପରେ ସକାରାତ୍ମକ ପ୍ରଭାବ ଆଣିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହାବାଦ ଟେଲିକମ୍‌, ଶକ୍ତି ଏବଂ ଏନ୍‌ବିଏଫ୍‌ସି କ୍ଷେତ୍ରର ସମସ୍ୟାକୁ ଧ୍ୟାନରେ ରଖାଯିବା ନେଇ ରିପୋର୍ଟରେ କୁହାଯାଇଛି।
୬% ସ୍ତରରେ ଋଣ ଅଭିବୃଦ୍ଧି
ଘରୋଇ ବଜାରର ଋଣ ଅଭିବୃଦ୍ଧି ଏବେ ପ୍ରଭାବିତ ସ୍ତରରେ ରହିଛି। ଜୁଲାଇ-ସେପ୍ଟେମ୍ବରରେ ଏହା ୬%କୁ ଖସିଯିବ ବୋଲି ଫାଇନାନସିଆଲ ସର୍ଭିସ କମ୍ପାନୀ କ୍ରେଡିଟ୍‌ ସୁଇସ କହିଛି। ବିମୁଦ୍ରୀକରଣ ସମୟରେ ଋଣ ଅଭିବୃଦ୍ଧି ଏହି ସ୍ତରରେ ରହିଥିବା ଏହା ସୂଚନା ଦେଇଛି। ଏହାବାଦ ଏନ୍‌ବିଏଫ୍‌ସି ଋଣ ପ୍ରଦାନ ହାର -୩୬% ଏବଂ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ହାର ୮% ରହିଛି। ପ୍ରଥମ ତ୍ରୈମାସରେ ଘରୋଇ ବ୍ୟାଙ୍କଗୁଡିକର ଋଣ ଅଭିବୃଦ୍ଧି ୨୨ରୁ ୧୪%କୁ ଖସିଛି। ଏହି ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଋଣ ଅଭିବୃଦ୍ଧି ୮%ରୁ ୫%କୁ ଖସିଛି ବୋଲି କ୍ରେଡିଟ ସୁଇସ ଏହାର ରିପୋଟରେ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri