ସରକାରଙ୍କ ଉପରେ ବର୍ଷିଲେ ରଘୁରାମ ରାଜନ

ନୂଆଦିଲ୍ଲୀ, ୯ା୧୨:ଦେଶର ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା କବଳରେ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ମନ୍ଥର ସ୍ଥିତିକୁ ଚାଲି ଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ କ୍ଷମତା କେନ୍ଦ୍ରୀକରଣ ଏବଂ କ୍ଷମତାହୀନ ମନ୍ତ୍ରୀଙ୍କ ଯୋଗୁ ଅର୍ଥ ବ୍ୟବସ୍ଥାରେ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଥିବା ରାଜନ ମତ ରଖିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏବେ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଅଭିବୃଦ୍ଧି ଖସୁଥିବା ଯୋଗୁ ଏହାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତାପ୍ରକଟ କରୁଛନ୍ତି। ଅର୍ଥ ବ୍ୟବସ୍ଥାକୁ ମାନ୍ଦାବସ୍ଥା କବଳରୁ ବାହାରକୁ ଆଣିବା ଲାଗି ରାଜନ ଇଣ୍ଡିଆ ଟୁଡେ ମାଗାଜିନର ଏକ ଆଲେଖ୍ୟରେ କେତେକ ପ୍ରସ୍ତାବ ଦେଖୁଛନ୍ତି।
ଏଥିରେ ସେ କହିଛନ୍ତି ଯେ, ପୁଞ୍ଜି, ଭୂମି ଏବଂ ଶ୍ରମ ବଜାରରେ ସଂସ୍କାର ସହ ଉଦାରୀକରଣ ପ୍ର୍ରକ୍ରିୟାକୁ ସରକାର ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି। ଏହା ହେଲେ ନିବେଶ ଏବଂ ଅଭିବୃଦ୍ଧିକୁ ଏହା ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଏବଂ ଘରୋଇ ଦକ୍ଷତାର ଉନ୍ନତୀକରଣ ଲାଗି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିରେ ସ୍ବାକ୍ଷର କରିବା ନେଇ ସେ ପରାମର୍ଶ ଦେଇଛନ୍ତି। କେଉଁଠାରେ ଭୂଲ ରହିଛି ତାହା ବୁଝିବାକୁ ହେଲେ ବର୍ତ୍ତମାନ ସରକାରଙ୍କ କେନ୍ଦ୍ରୀକରଣ ନୀତିକୁ ବୁଝିବାକୁ ହେବ। କେବଳ ନିଷ୍ପତ୍ତି ନୁହେଁ ନୂଆ ଚିନ୍ତାଧାରା ଏବଂ ଯୋଜନା ପ୍ରଧାନମନ୍ତ୍ରୀଙ୍କ ଆଖ ପାଖରେ ରହୁଥିବା କିଛି ଲୋକ ଏବଂ ପିଏମ୍‌ଓ ନେଉଥିବା ମତ ରଖିଛନ୍ତି। ଏହାବାଦ ଏଭଳି କାର୍ଯ୍ୟପ୍ରଣାଳି କେବଳ ରାଜନୈତିକ ଦଳ ଏବଂ ସୋସିଆଲ ଏଜେଣ୍ଡା କ୍ଷେତ୍ରରେ କାର୍ଯ୍ୟ କରିଥାଏ। କିଛି ଲୋକଙ୍କର ଅଭିଜ୍ଞତା ଏହି କ୍ଷେତ୍ରରେ କାମ ଦିଏ। ମାତ୍ର ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ଏହା ପ୍ରଯୁଯ୍ୟ ହେବ ନାହିଁ। ଜାତୀୟ ସ୍ତରରେ ଅର୍ଥନୀତି କିଭଳି କାର୍ଯ୍ୟ କରୁଛି ସେ ଦିଗରେ ଲୋକଙ୍କର ଅନୁଭବ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ରାଜନ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି।
ମାକ୍ସିମମ୍‌ ଗଭର୍ନାନସ ଅର୍ଥକୁ ସରକାର ଭୁଲ ବୁଝିଛନ୍ତି
ସେହି ସମୟରେ ବିଭିନ୍ନ ରାଜନୈତିକ ଦଳ ମେଣ୍ଟରେ ରହି ସରକାର ଗଠନ କରୁଥିଲେ ମଧ୍ୟ ଅର୍ଥନୈତିକ ଉଦାରୀକରଣକୁ ଗୁରୁତ୍ୱ ଦେଇଥିଲେ। ବର୍ତ୍ତମାନର ସରକାର ଗଭର୍ନାନସକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା କହି କ୍ଷମତାକୁ ଫେରିଛନ୍ତି। ଏହି ସ୍ଲୋଗାନ ବୁଝା ପଡୁ ନାହିଁ। ସରକାରଙ୍କୁ ଅଧିକ ଦକ୍ଷ ହୋଇ କାମ କରିବାର ଆବଶ୍ୟକତା ରହିଛି। ମାତ୍ର ଘରୋଇ କ୍ଷେତ୍ର ଏବଂ ବ୍ୟକ୍ତିବିଶେଷ ଅଧିକ କରନ୍ତୁ ବୋଲି ସରକାର ଚିନ୍ତା କରୁଛନ୍ତି। ମାତ୍ର କିଛି ହାତ ଗଣତି କାମ କରି ଦେଲେ ସବୁ ହୋଇଗଲା ବୋଲି ନ ଭାବି ବିଭିନ୍ନ କ୍ଷେତ୍ରକୁ ଦୃଷ୍ଟି ଦେବାକୁ ହେବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରକୃତ ସମସ୍ୟାକୁ ଜାଣିବା ଜରୁରୀ
ମାନ୍ଦାବସ୍ଥା ବିରୋଧରେ ଲଢେଇ କରିବା ପାଇଁ ହେଲେ ପ୍ରଥମେ ସରକାରଙ୍କୁ ସମସ୍ୟା କେଉଁଠି ରହିଛି ତାହା ଜାଣିବାକୁ ହେବ ବୋଲି ରାଜନ କହିଛନ୍ତି। ସମସ୍ୟା କ୍ଷଣସ୍ଥାୟୀ ବୋଲି ଭାବି ନ ନେଇ ପ୍ରକୃତ କଥା ବିଚାରକୁ ନେବାକୁ ହେବ। ଗ୍ରାମାଞ୍ଚଳରେ ଏବେ ଲାଗି ରହିଥିବା ଚାହିଦା ଏବଂ ନିଯୁକ୍ତି ହ୍ରାସ, ଦରଦାମ ବୃଦ୍ଧି, ରିୟଲ ଇଷ୍ଟେଟ,ନିର୍ମାଣ କ୍ଷେତ୍ରର ସଙ୍କଟ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଆୟକର ହ୍ରାସ ଏବଂ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନା ଦ୍ୱାରା ଲୋକଙ୍କ ହାତକୁ କିଭଳି ଅଧିକ ଅର୍ଥ ଆସିପାରିବ ସେ ନେଇ ରାଜନ ଗୁରୁତ୍ୱାରୋପ କରିଛନ୍ତି।
୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କଷ୍ଟସାଧ୍ୟ
୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ଏକ କଷ୍ଟକର ବ୍ୟାପାର ବୋଲି ରାଜନ କହିଛନ୍ତି। ଏଥି ପାଇଁ ବାର୍ଷିକ ୮ରୁ ୯% ଅଭିବୃଦ୍ଧି ଆବଶ୍ୟକତା ରହିଛି ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହି ଲକ୍ଷ୍ୟ ହାସଲ କରିବା ଭଳି ପ୍ରତୀୟମାନ ହେଉ ନ ଥିବା ରାଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri