ସରକାରଙ୍କ ଉପରେ ବର୍ଷିଲେ ରଘୁରାମ ରାଜନ

ନୂଆଦିଲ୍ଲୀ, ୯ା୧୨:ଦେଶର ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା କବଳରେ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ମନ୍ଥର ସ୍ଥିତିକୁ ଚାଲି ଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ କ୍ଷମତା କେନ୍ଦ୍ରୀକରଣ ଏବଂ କ୍ଷମତାହୀନ ମନ୍ତ୍ରୀଙ୍କ ଯୋଗୁ ଅର୍ଥ ବ୍ୟବସ୍ଥାରେ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଥିବା ରାଜନ ମତ ରଖିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏବେ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଅଭିବୃଦ୍ଧି ଖସୁଥିବା ଯୋଗୁ ଏହାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତାପ୍ରକଟ କରୁଛନ୍ତି। ଅର୍ଥ ବ୍ୟବସ୍ଥାକୁ ମାନ୍ଦାବସ୍ଥା କବଳରୁ ବାହାରକୁ ଆଣିବା ଲାଗି ରାଜନ ଇଣ୍ଡିଆ ଟୁଡେ ମାଗାଜିନର ଏକ ଆଲେଖ୍ୟରେ କେତେକ ପ୍ରସ୍ତାବ ଦେଖୁଛନ୍ତି।
ଏଥିରେ ସେ କହିଛନ୍ତି ଯେ, ପୁଞ୍ଜି, ଭୂମି ଏବଂ ଶ୍ରମ ବଜାରରେ ସଂସ୍କାର ସହ ଉଦାରୀକରଣ ପ୍ର୍ରକ୍ରିୟାକୁ ସରକାର ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି। ଏହା ହେଲେ ନିବେଶ ଏବଂ ଅଭିବୃଦ୍ଧିକୁ ଏହା ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଏବଂ ଘରୋଇ ଦକ୍ଷତାର ଉନ୍ନତୀକରଣ ଲାଗି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିରେ ସ୍ବାକ୍ଷର କରିବା ନେଇ ସେ ପରାମର୍ଶ ଦେଇଛନ୍ତି। କେଉଁଠାରେ ଭୂଲ ରହିଛି ତାହା ବୁଝିବାକୁ ହେଲେ ବର୍ତ୍ତମାନ ସରକାରଙ୍କ କେନ୍ଦ୍ରୀକରଣ ନୀତିକୁ ବୁଝିବାକୁ ହେବ। କେବଳ ନିଷ୍ପତ୍ତି ନୁହେଁ ନୂଆ ଚିନ୍ତାଧାରା ଏବଂ ଯୋଜନା ପ୍ରଧାନମନ୍ତ୍ରୀଙ୍କ ଆଖ ପାଖରେ ରହୁଥିବା କିଛି ଲୋକ ଏବଂ ପିଏମ୍‌ଓ ନେଉଥିବା ମତ ରଖିଛନ୍ତି। ଏହାବାଦ ଏଭଳି କାର୍ଯ୍ୟପ୍ରଣାଳି କେବଳ ରାଜନୈତିକ ଦଳ ଏବଂ ସୋସିଆଲ ଏଜେଣ୍ଡା କ୍ଷେତ୍ରରେ କାର୍ଯ୍ୟ କରିଥାଏ। କିଛି ଲୋକଙ୍କର ଅଭିଜ୍ଞତା ଏହି କ୍ଷେତ୍ରରେ କାମ ଦିଏ। ମାତ୍ର ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ଏହା ପ୍ରଯୁଯ୍ୟ ହେବ ନାହିଁ। ଜାତୀୟ ସ୍ତରରେ ଅର୍ଥନୀତି କିଭଳି କାର୍ଯ୍ୟ କରୁଛି ସେ ଦିଗରେ ଲୋକଙ୍କର ଅନୁଭବ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ରାଜନ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି।
ମାକ୍ସିମମ୍‌ ଗଭର୍ନାନସ ଅର୍ଥକୁ ସରକାର ଭୁଲ ବୁଝିଛନ୍ତି
ସେହି ସମୟରେ ବିଭିନ୍ନ ରାଜନୈତିକ ଦଳ ମେଣ୍ଟରେ ରହି ସରକାର ଗଠନ କରୁଥିଲେ ମଧ୍ୟ ଅର୍ଥନୈତିକ ଉଦାରୀକରଣକୁ ଗୁରୁତ୍ୱ ଦେଇଥିଲେ। ବର୍ତ୍ତମାନର ସରକାର ଗଭର୍ନାନସକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା କହି କ୍ଷମତାକୁ ଫେରିଛନ୍ତି। ଏହି ସ୍ଲୋଗାନ ବୁଝା ପଡୁ ନାହିଁ। ସରକାରଙ୍କୁ ଅଧିକ ଦକ୍ଷ ହୋଇ କାମ କରିବାର ଆବଶ୍ୟକତା ରହିଛି। ମାତ୍ର ଘରୋଇ କ୍ଷେତ୍ର ଏବଂ ବ୍ୟକ୍ତିବିଶେଷ ଅଧିକ କରନ୍ତୁ ବୋଲି ସରକାର ଚିନ୍ତା କରୁଛନ୍ତି। ମାତ୍ର କିଛି ହାତ ଗଣତି କାମ କରି ଦେଲେ ସବୁ ହୋଇଗଲା ବୋଲି ନ ଭାବି ବିଭିନ୍ନ କ୍ଷେତ୍ରକୁ ଦୃଷ୍ଟି ଦେବାକୁ ହେବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରକୃତ ସମସ୍ୟାକୁ ଜାଣିବା ଜରୁରୀ
ମାନ୍ଦାବସ୍ଥା ବିରୋଧରେ ଲଢେଇ କରିବା ପାଇଁ ହେଲେ ପ୍ରଥମେ ସରକାରଙ୍କୁ ସମସ୍ୟା କେଉଁଠି ରହିଛି ତାହା ଜାଣିବାକୁ ହେବ ବୋଲି ରାଜନ କହିଛନ୍ତି। ସମସ୍ୟା କ୍ଷଣସ୍ଥାୟୀ ବୋଲି ଭାବି ନ ନେଇ ପ୍ରକୃତ କଥା ବିଚାରକୁ ନେବାକୁ ହେବ। ଗ୍ରାମାଞ୍ଚଳରେ ଏବେ ଲାଗି ରହିଥିବା ଚାହିଦା ଏବଂ ନିଯୁକ୍ତି ହ୍ରାସ, ଦରଦାମ ବୃଦ୍ଧି, ରିୟଲ ଇଷ୍ଟେଟ,ନିର୍ମାଣ କ୍ଷେତ୍ରର ସଙ୍କଟ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଆୟକର ହ୍ରାସ ଏବଂ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନା ଦ୍ୱାରା ଲୋକଙ୍କ ହାତକୁ କିଭଳି ଅଧିକ ଅର୍ଥ ଆସିପାରିବ ସେ ନେଇ ରାଜନ ଗୁରୁତ୍ୱାରୋପ କରିଛନ୍ତି।
୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କଷ୍ଟସାଧ୍ୟ
୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ଏକ କଷ୍ଟକର ବ୍ୟାପାର ବୋଲି ରାଜନ କହିଛନ୍ତି। ଏଥି ପାଇଁ ବାର୍ଷିକ ୮ରୁ ୯% ଅଭିବୃଦ୍ଧି ଆବଶ୍ୟକତା ରହିଛି ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହି ଲକ୍ଷ୍ୟ ହାସଲ କରିବା ଭଳି ପ୍ରତୀୟମାନ ହେଉ ନ ଥିବା ରାଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri