ସମୟ ଫେରିବ ନା ନାହିଁ: ନୂଆପଡ଼ା ନିର୍ବାଚନକୁ ନେଇ ଚିନ୍ତାରେ ବିଜେଡି

ନୂଆପଡ଼ା,୨୯ା୧୦(ସୁନିତ ମିଶ୍ର):ନୂଆପଡ଼ା ଉପନିର୍ବାଚନର ପ୍ରଚାର ମୈଦାନକୁ ଅଧିକ ସତେଜ କରିବା ଲାଗି ସବୁ ଦଳର ବଡ଼ ନେତାମାନଙ୍କୁ ଡାକିବାର ଏକ ବ୍ୟବସ୍ଥା ଆରମ୍ଭ ହୋଇଗଲାଣି। ଭୋଟ ରଖିବା ଲାଗି ବିଜେଡି ପାଖରେ ଏକମାତ୍ର ବିକଳ୍ପ ଭାବେ ତାଙ୍କ ଦଳର ସଭାପତି ନବୀନ ପଟ୍ଟନାୟକ ରହିଥିବା ସେମାନଙ୍କ ବହୁ ତୁଙ୍ଗ ନେତା କହି ବୁଲୁଛନ୍ତି। ସେହିକ୍ରମରେ ନବୀନ କୁଆଡେ ଆସନ୍ତା ୩ ଓ ୭ ତାରିଖରେ ପ୍ରଚାର କରିବା ପାଇଁ ନୂଆପଡା ଆସିପାରନ୍ତି ବୋଲି ଶୁଣାଯାଉଛି। ହେଲେ ଦଳକୁ ଭଲ ପାଉଥିବା କେତେଜଣ ନେତାଙ୍କ କହିବା ଅନୁଯାୟୀ ଦୁଇ ଦୁଇ ଥର ନବୀନ ଆସିବା ପରେ ଯଦି ଦଳର ପ୍ରଦର୍ଶନ ତୃତୀୟ ସ୍ଥାନକୁ ଖସିଯାଏ କିମ୍ବା ଦୁଇ ନମ୍ବର ସ୍ଥାନରେ ରହିବାର ବ୍ୟବଧାନ ବଢିଯାଏ ତେବେ ସବୁଦିନ ଲାଗି ଦଳର ଆଶାବାଡି ନିରାଶାର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏପରି ମଧ୍ୟ ହୋଇପାରେ ନବୀନଙ୍କ ନାଁ ନେବାକୁ ତଳ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ନେତାମାନେ ସବୁଦିନ ପାଇଁ ତାଙ୍କ ମାନସିକତା ବଦଳାଇ ପାରନ୍ତି। ଏହି ଉପନିର୍ବାଚନରେ ଭାଜପାର ପରିସ୍ଥିତି ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବା ଲାଗି ଆସନ୍ତା ଗୁରୁବାର ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ନୂଆପଡ଼ାରେ ପହଞ୍ଚତ୍ବେ। ହେଲେ ଏଥର ଆଉ ଓଡ଼ିଶାକୁ ଭାଜପାର ଚେହେରା ଭାବେ ପ୍ରଚାର କରିବାକୁ କେନ୍ଦ୍ରର କୌଣସି ବଡ଼ ନେତା ଆସୁ ନ ଥିବା ଶୁଣିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିଁ ତାଙ୍କ ଦଳ ପ୍ରଚାରର ମୁଖ୍ୟ ଆକର୍ଷଣ ହେବେ। ରାଜନୈତିକ ବିଶ୍ଲେଷକଙ୍କ କହିବା ଅନୁଯାୟୀ ୨୦୨୪ ନିର୍ବାଚନ ହାରିବା ପରେ ଏହି ଉପନିର୍ବାଚନରେ ନବୀନ ପ୍ରଚାର ତାଙ୍କ ଦଳକୁ ଜିତାଇବାର ରାସ୍ତା ଦେଖାଇ ନ ପାରେ, ତା’ହେଲେ ଜନସାଧାରଣ ଧରିନେବେ ସମୟ ସରିଗଲା ଆଉ ଫେରିବନି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri