Categories: ଖେଳ

ସମୟ ପାଇଲେ ଏହି ବହି ପଢୁଛନ୍ତି କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଅଛନ୍ତି। ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରିଥିବାବେଳେ ଦ୍ୱିତୀୟ ଟେଷ୍ଟ ହାତେଇବା ପାଇଁ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛି। ଏଥିରୁ ସମୟ ମିଳିଲେ କୋହଲି ଷ୍ଟିଭେନ୍‌ ସିଲଭେଷ୍ଟରଙ୍କ ପୁସ୍ତକ ‘Detox Your Ego’ ପଢୁଛନ୍ତି। ପ୍ରଥମ ଟେଷ୍ଟ ଚାଲିଥିବାବେଳେ ଡ୍ରେସିଂ ରୁମ୍‌ରେ ମଧ୍ୟ ସେ ଏହି ପୁସ୍ତକ ପଢୁଥିବାର ଦେଖାଯାଇଥିଲା। କୋହଲି ପୁସ୍ତକ ପଢିବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତରେ ଏହି ପୁସ୍ତକର ଚାହିଦା ଏବେ ବଢିଯାଇଛି। କିନ୍ତୁ ଏବେ ଏହା ଷ୍ଟକ୍‌ ନାହିଁ ବୋଲି ଜଣାପଡିଛି। କେବଳ ଭାରତରେ ନୁହେଁ, ଷ୍ଟିଭେନ୍‌ଙ୍କ ଏହି ପୁସ୍ତକ ୟୁକେରେ ବି ବେଶ୍‌ ଲୋକପ୍ରିୟ। ଖେଳାଳିଠାରୁ ଆରମ୍ଭ କରି ବ୍ୟବସାୟୀ, ଚାକିରି କରିଥିବା ବ୍ୟକ୍ତି ଆଗକୁ ବଢିବାକୁ ହେଲେ ଅହଙ୍କାର ସହ ସଂଘର୍ଷ କରିବାର ୭ଟି ସରଳ ଉପାୟ ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି।

Share