ସମୟ ନୁହେଁ ସଂସାରର

ଅନୁଗୋଳ ଅଫିସ, ୨୪।୪ – ବହୁ ପୂର୍ବରୁ ସ୍ଥିର ହୋଇଥିଲା ବିବାହ। ତିଥି ଅନୁଯାୟୀ ତିନି ଦିନ ପରେ ପଡ଼ିଥାନ୍ତା ହସ୍ତଗଣ୍ଠି। ଏଥିପାଇଁ ଛୁଟି ମଧ୍ୟ ମିଳିସାରିଥିଲା ପୋଲିସ ବିଭାଗରୁ। ହେଲେ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ବିବାହ ସ୍ଥଗିତ କରିଦେଲେ ଅନୁଗୋଳ ଜିଲା ଆଠମଲ୍ଲିକ ଥାନାର ଲେଡି ଏସ୍‌ଆଇ ଦେବଯାନୀ ଛତର। ତାଙ୍କର ଏପରି ନିଷ୍ପତ୍ତିକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୋଲିସ ଡିଜି ଅଭୟ। ନିଜ ଟୁଇଟର ହ୍ୟାଣ୍ଡେଲରେ ଡିଜିପି ଏହି କରୋନା ଯୋଦ୍ଧାଙ୍କ ସମ୍ପର୍କରେ ତଥ୍ୟ ରଖିବା ପରେ ଦେବଯାନୀଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ। ଦେବଯାନୀ କହିଛନ୍ତି, ଏ ସମୟ ନୂଆ ସଂସାର କରିବାର ନୁହେଁ ବରଂ କରୋନାରୁ ଲୋକଙ୍କୁ ସୁରକ୍ଷା ଦେବା ତାଙ୍କ ପାଇଁ ବଡ଼ ଆହ୍ବାନ।
ବରଗଡ଼ ଜିଲା ସୋହେଲାର ଦେବଯାନୀ ୨୦୧୭ରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ। କିଛିଦିନ ପୂର୍ବରୁ ତାଙ୍କର ବିବାହ କଟକ ସୂତାହାଟର ପ୍ରଭାତ ନାୟକଙ୍କ ସହ ସ୍ଥିର ହୋଇଥିଲା। ପ୍ରଭାତ ଆନ୍ଧ୍ରପ୍ରଦେଶର ଏକ ବ୍ୟାଙ୍କରେ ପିଓ ଭାବେ କାର୍ଯ୍ୟ କରୁଛନ୍ତି। ୨୭କୁ ତାରିଖ ଧାର୍ଯ୍ୟ ହୋଇଥିବାରୁ ଉଭୟ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। କିନ୍ତୁ କରୋନା ଯୋଦ୍ଧା ସାଜିଥିବା ଦେବଯାନୀ ଏପରି ପରିସ୍ଥିତିରେ ବିବାହ ଅପେକ୍ଷା କର୍ତ୍ତବ୍ୟ କରିବେ ବୋଲି ପରିବାରକୁ ଜଣାଇ ଦେଇଥିଲେ। ଛୁଟି ଆବେଦନ ଗ୍ରହଣ କରିଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନାଙ୍କୁ ମଧ୍ୟ ଦେବଯାନୀ କାର୍ଯ୍ୟ ଜାରିରଖିବେ ବୋଲି ଅବଗତ କରିଥିଲେ। ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଉଭୟ ପରିବାର ତିଥି ଘୁଞ୍ଚାଇ ଦେଇଥିଲେ। ସେହିପରି ଏସ୍‌ପି ମୀନା ଦେବଯାନୀଙ୍କ ସମ୍ପର୍କରେ ଅନୁଗୋଳ ଗସ୍ତରେ ଆସିଥିବା ପୋଲିସ ଡିଜିଙ୍କୁ ଜଣାଇବା ପରେ ଡିଜି ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲରେ ଏ ନେଇ ଦେବଯାନୀଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri