ସମ୍ମୁଖକୁ ଆସିଲା ‘ଗୁଲାବୋ ସିତାବୋ’ର ଅମିତାଭ୍‌ଙ୍କ ପ୍ରଥମ ଲୁକ୍‌

ବିଗ୍‌ ବି ଅମିତାଭ ବଚ୍ଚନ ବର୍ତ୍ତମାନ ତାଙ୍କର ଆଗାମୀ ସିନେମା ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୁଜିତ୍‌ ସରକାରଙ୍କ ନିର୍ଦ୍ଦେଶିତ ଏହା ଏକ କମେଡି ସିନେମା। ଫିଲ୍ମ ‘ପିକୁ’ ପରେ ସୁଜିତ୍‌ ଏବଂ ଅମିତାଭଙ୍କର ଏହା ଦ୍ୱିତୀୟ ସିନେମା। ଫିଲ୍ମର ପ୍ରଥମ ଲୁକ୍‌ ଇତି ମଧ୍ୟରେ ସମ୍ମୁଖକୁ ଆସିଯାଇଛି। ଏଥିରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି। ସେ ମୋଟା ଚଷମା ପିନ୍ଧିବା ସାଙ୍ଗକୁ ଲମ୍ବା ଦାଢ଼ି ରଖିଛନ୍ତି। ତାଙ୍କ ନାକ ମୋଟା ହୋଇଥିବା ବେଳେ ମୁଣ୍ଡରେ ଏକ ଗାମୁଛା ମଧ୍ୟ ଗୁଡ଼ାଇଛନ୍ତି। ବିଗ୍‌ ବିଙ୍କ ଏହି ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ବିଗ୍‌ବିଙ୍କ ସହ ଅୟୁଷ୍ମାନ ଖୁରାନାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମଟି ଏପ୍ରିଲ ୨୪, ୨୦୨୦ରେ ମୁକ୍ତିଲାଭ କରିବ। ଫିଲ୍ମର କାହାଣୀ ଜୁହି ଚତୁର୍ବେଦୀ ଲେଖିଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ରାନୀ ଲହରୀ।

Share