ସମ୍ବିଧାନ ପ୍ରଣୟନ ବିଶ୍ୱର ଏକ ପ୍ରମୁଖ ଘଟଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ବିଧାନସଭା ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ-୨୦୧୯ ମହାସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ଏକ ଐତିହାସିକ ଦିବସ। ୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ସମ୍ବିଧାନ ସଭାଦ୍ବାରା ଗ୍ରହଣ କରାଯାଇଥିଲା। ଭାରତୀୟ ସମ୍ବିଧାନର ପ୍ରଖ୍ୟାତ ମାର୍କିନ୍‌ ବିଶେଷଜ୍ଞ ପ୍ରଫେସର ଗ୍ରାନେଭିଲ୍‌ ଅଷ୍ଟିନ୍‌ କହିଥିଲେ, ୧୭୭୭ର ଫିଲାଡେଲ୍‌ଫିଆ ଚୁକ୍ତିପରେ ଭାରତୀୟ ସମ୍ବିଧାନ ପ୍ରଣୟନ ବିଶ୍ବରେ ଏକ ପ୍ରମୁଖ ଘଟଣା। ଜନତାଙ୍କ ମୌଳିକ ଓ ଦଓ୍ବୋନୀ ଅଧିକାରକୁ କ୍ଷୁଣ୍ଣ ନ କରି ଦୀର୍ଘ ୭ ଦଶନ୍ଧି ଧରି ଭାରତୀୟ ସମ୍ବିଧାନ ସଫଳତାର ସହିତ ଦେଶର ସାମାଜିକ, ଅର୍ଥନୈତିକ, ଶିକ୍ଷା, ବିଜ୍ଞାନ ସମ୍ବନ୍ଧୀୟ ପ୍ରଗତିରେ ସହାୟକ ହୋଇପାରିଛି। ଏହି ସମ୍ବିଧାନ ପ୍ରଣେତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ସେ ଆହୁରି କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଅହିଂସାକୁ ସମ୍ବିଧାନର ମୁଖ ବନ୍ଧରେ ସ୍ଥାନିତ କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହା ଜାତିର ଜନକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ସମ୍ବିଧାନକୁ କାୟମନୋବାକ୍ୟରେ ପାଳନ କରିବାକୁ ପ୍ରତ୍ୟେକ ଭାରତୀୟ ଶପଥ ନେବା ବାଞ୍ଛନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ୧୯୫୦ ଜାନୁୟାରୀ ୨୬ରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ୧୯୪୯ ନଭେମ୍ବର ୨୬ ଦିନ ଏହାକୁ ସମ୍ବିଧାନ ସଭାଦ୍ବାରା ଗ୍ରହଣ କରାଯାଇଥିଲା। ଇଂରେଜମାନଙ୍କୁ ଦେଶରୁ ବିତାଡ଼ିତ କରିବା ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ଭାରତର ସ୍ବାଧୀନତା ପୂର୍ବରୁ ଅନେକ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ସେ ସାରା ଭାରତ ଭ୍ରମଣ କରି ଦାରିଦ୍ର୍ୟର ଚିତ୍ର ସ୍ବଚକ୍ଷୁରେ ଦେଖିଲେ। ବିନା ଯୁଦ୍ଧରେ ଭାରତ ୧୯୪୭ ମସିହାରେ ସ୍ବାଧୀନତା ହାସଲ କଲା। ଏହା ଇତିହାସର ସବୁଠାରୁ ଅବିଶ୍ବସନୀୟ ବିଷୟ। ଭାରତରତ୍ନ ବି. ଆର୍‌. ଆମ୍ବେଡ଼କର ଥିଲେ ଗଣତନ୍ତ୍ରର ସପକ୍ଷବାଦୀ। ତାଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପ୍ରଣୟନ ସଭା ଗଠିତ ହୋଇ ସମ୍ବିଧାନକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯାଇଥିଲା। ଭାରତର ସମ୍ବିଧାନରେ ଜନମଙ୍ଗଳକାରୀ, ନାଗରିକ ହିତକାରୀ ପ୍ରାବଧାନ ସହିତ ଜନସାଧାରଣଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟକୁ ସନ୍ନିବେସିତ କରାଯାଇଛି। ଐକ୍ୟ ଓ ସାର୍ବଭୌମତ୍ବର ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି। ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରିବାକୁ ବାଚସ୍ପତି ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଉପ ବାଚସ୍ପତି ରଜନୀକାନ୍ତ ସିଂହ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ନିଜ ବକ୍ତବ୍ୟ ରଖିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri