Categories: ଜାତୀୟ

ସମ୍ବିଧାନ ଆଧାରିତ କବିତା ଲେଖି ସମ୍ମାନିତ ହେଲେ ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ, ୩୧।୮: ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ସୁନିଲ କୁମାର ଗୌତମ ସମ୍ବିଧାନ ଆଧାରିତ କବିତା ସଂକଳନ ‘ସମ୍ବିଧାନ କାବ୍ୟ’ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ପୂର୍ବରୁ ସେ ପୁଡୁଚେରିର ପୋଲିସ ମହାନିର୍ଦ୍ଦେଶକ ଥିଲେ। ବୁଧବାର ‘ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ବ୍ୟୁରୋ’ର ୪୯ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି।
ଗୌତମ ଜଣେ ପୋଲିସ ଅଫିସର ହୋଇଥିଲେ ହେଁ ସେ ଭାରତୀୟ ସମ୍ବିଧାନକୁ ଆଧାର କରି ହିନ୍ଦୀରେ ଅନେକ କବିତା ଲେଖିଛନ୍ତି। ଏହା ଭବିଷ୍ୟତ ପିଢ଼ି ପାଇଁ ଖୁବ୍‌ ଉପଯୋଗୀ ହେବ ବୋଲି ମନେକରାଯାଉଛି।

Share