ସମ୍ବଲପୁର-ସୋନପୁର ସୀମାକୁ ସିଲ୍‌ କଲା ଧମା ପୋଲିସ

ଧମା, ୧।୪ (ଡି.ଏନ.ଏ.)-ରାଜ୍ୟ ସରକାରଙ୍କ କୋଭିଡ- ୧୯ ସୁରକ୍ଷା କଡାକଡିକୁ ନେଇ କରାଯାଇଥିବା ନିଷ୍ପତ୍ତି ପରେ ସମସ୍ତ ରାଜ୍ୟ ଓ ଜିଲା ସୀମାକୁ ସିଲ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ କୋଭିଡ- ୧୯ ତଥା ମେଡିକାଲ ସେବା ଛଡା ଅନ୍ୟ କୌଣସି ଦୁଇଚକିଆ ଓ ଚାରିଚକିଆ ଯାନକୁ ଛଡା ନ ଯିବାକୁ କଡା ତାଗିଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୋନପୁର- ସମ୍ବଲପୁର ୧୫ ନମ୍ବର ରାଜ୍ୟ ରାଜପଥର ଲରାସରା ସୀମାଠାରେ ବ୍ୟାରିକେଡ୍‌ ଦେଇ ରାସ୍ତା ବନ୍ଦ କରାଯାଇଛି । ଏଠାରେ ସମ୍ବଲପୁର ରିଜର୍ଭ ପୋଲିସର ୪ଜଣ, ଦେଓଗାଁ ହାଇସ୍କୁଲ ଓ ୟୁପି ସ୍କୁଲର ୮ଜଣ କର୍ମଚାରୀଙ୍କ ସହ ଧମା ବନ ବିଭାଗର ୨ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି।