ସମ୍ବଲପୁର ଜିଲା ଚିଠି: ଶିଳାନ୍ୟାସରେ ସୀମିତ ଶୀତଳଭଣ୍ଡାର

ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାର ଚାଷୀମାନଙ୍କ ଉତ୍ପାଦିତ ଶସ୍ୟ,ପନିପରିବା ତଥା ବଜାର ସୁବିଧା ପାଇଁ ଏକ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ। ଏଥିପାଇଁ ଅନୁଦାନ ଘୋଷଣା କରାଯାଇଥିଲା। ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଆସି ସେହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଛି। କେବଳ ଶିଳାନ୍ୟାସରେ ରହିଯାଇଛି ମଡର୍ନ ଟର୍ମିନାଲ (ଶୀତଳଭଣ୍ଡାର)ର ନିର୍ମାଣ କାମ। ଟେଣ୍ଡର ପାଇଥିବା ଠିକା କମ୍ପାନୀ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ କୁଆଡ଼େ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଚିହ୍ନଟ ହୋଇଥିବା ସରକାରୀ ଜମିର କିସମ ପରିବର୍ତ୍ତନ ପାଇଁ ଠିକା କମ୍ପାନୀକୁ ୧ କୋଟି ୩୦ ଲକ୍ଷ ଟଙ୍କା ଦେବାକୁ ସରକାର ବାରମ୍ବାର ଚିଠି କରିଛନ୍ତି। ହେଲେ ଠିକା କମ୍ପାନୀ ସରକାର ଜମି ଦେଲେ କାମ କରାଯିବ ବୋଲି କହୁଛି। ୫ ବର୍ଷ ତଳେ ଟର୍ମିନାଲ ନିର୍ମାଣ ପାଇଁ ବ୍ୟୟ ଅଟକଳ ନିର୍ଦ୍ଧାରିତ ହୋଇଥିଲା। ଏବେ ସମସ୍ତ ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ପାଇଛି। ତେଣୁ ଠିକା କମ୍ପାନୀ କୁଆଡ଼େ କାମ କରିବାକୁ ପଛଘୁଞ୍ଚା ଦେଉଛି ବୋଲି ଆଲୋଚନା ହେଉଛି। ଏଣେ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ ଜନସାଧାରଣଙ୍କ ଦାବି ଜୋର ଧରିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ନୀଲଡୁଙ୍ଗୁରୀ ଗ୍ରାମରେ ପ୍ରଶାସନ ପକ୍ଷରୁ ୬୦ ଏକର ଜମିର ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ସହରଠାରୁ ଯାହାର ଦୂରତା ୧୬ କିଲୋମିଟର। ଏଥିପାଇଁ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ ଏବେ ତାହା ବୃଦ୍ଧି ପାଇ ପ୍ରାୟ ଶହେ କୋଟି ଟଙ୍କାରୁ ଅଧିକ ହୋଇଛି। ନିର୍ମାଣରେ ବିଳମ୍ବ ଯୋଗୁ ସରକାର ଅଧିକ ଆର୍ଥିକ ବୋଝ ମୁଣ୍ଡାଇବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ପାଇଁ ୨୦୧୩ ଡିସେମ୍ବର ୧୨ ତାରିଖରେ ତତ୍କାଳୀନ ମୁଖ୍ୟଶାସନ ସଚିବ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା। ରାଜ୍ୟ ସରକାର ଉକ୍ତ ପ୍ରକଳ୍ପ ପାଇଁ ସବୁଜ ସଙ୍କେତ ଦେବା ପରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଥିଲା। ଉକ୍ତ ମଡର୍ନ ଟର୍ମିନାଲରେ କୃଷିଜାତ ଦ୍ରବ୍ୟ ରଖିବା ପାଇଁ ଏକ ଅଧିକ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ସହ ମାନ ନିୟନ୍ତ୍ରଣ ବ୍ୟବସ୍ଥା, ଜେଟି, ଓଜନ ଓ ପ୍ୟାକିଂ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିବ ବୋଲି ଘୋଷଣା କରାଯାଇଥିଲା। ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ଚାଷୀମାନଙ୍କୁ ସେମାନଙ୍କ ଉପତ୍ାଦିତ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବ ବୋଲି ସରକାର ଘୋଷଣା କରିଥିଲେ। କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, ଅନୁଗୋଳ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁର ଜିଲାର ଚାଷୀମାନଙ୍କଠାରୁ ମୂଲ୍ୟଯୁକ୍ତ ଦରରେ ଖାଦ୍ୟଦ୍ରବ୍ୟ ସଂଗ୍ରହ କରାଯିବା ମଧ୍ୟ ଏହି ପ୍ରକଳ୍ପର ଅନ୍ୟ ଲକ୍ଷ୍ୟ ଥିଲା। ଫଳ, ପନିପରିବା, ଫୁଲ, ଔଷଧୀୟ ଲତା ଗୁଳ୍ମ, ତୈଳବୀଜ, ଡାଲି ଜାତୀୟ ଶସ୍ୟ ଉପତ୍ାଦନ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ରହିଥିଲା।

– ଶୁଭାଶିଷ ପାଢୀ


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri