Categories: ବାଣିଜ୍ୟ

ସମ୍ବଲପୁରରେ ରାପିଡୋ ବାଇକ୍‌ ସେବା ଶୁଭାରମ୍ଭ

ସମ୍ବଲପୁର,୨୧-୬: ପ୍ରମୁଖ ବାଇକ୍‌ ଟାକ୍ସି ସେବା ପ୍ରଦାନକାରୀ ରାପିଡୋ ପକ୍ଷରୁ ସମ୍ବଲପୁରରେ ସେବା ଶୁଭାରମ୍ଭ କରାଯାଇଛି। ଟ୍ରାଫିକ ଅସୁବିଧାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ଏକ ସେବା ପ୍ରଦାନ କରୁଛି। ଏହି ଅବସରରେ ଗ୍ରାହକଙ୍କ ଲାଗି ୩ କିମି ପିଛା ୧୫ ଟଙ୍କାର ପ୍ରାରମ୍ଭିକ ଦେୟ ଧାର୍ଯ୍ୟ ହୋଇଛି। ପ୍ଲେ ଷ୍ଟୋରରୁ ଆପ୍‌ ଡାଉନଲୋଡ କରି ଗ୍ରାହକ ଏହି ସେବା ଲାଭ କରିପାରିବେ। ଏହି ସେବା ଦ୍ୱାରା ଗ୍ରାହକମାନେ ଟ୍ରାଫିକକୁ ଅତି ସହଜରେ ଅତିକ୍ରମ କରିବାକୁ ସକ୍ଷମ ହେବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଜରୁରୀକାଳୀନ ପରିସ୍ଥିତିରେ ଗ୍ରାହକଙ୍କୁ ଠିକ୍‌ ସମୟରେ ସୁବିଧା ଉପଲବ୍ଧ କରାଇବାକୁ ଏଭଳି ଏକ ସେବାର ଆରମ୍ଭ କରାଯାଇଥିବା ରାପୋଡୋର ସମ୍ପ୍ରସାରଣ ପ୍ରବନ୍ଧକ ମନୋଜ କହିଛନ୍ତି। ଏହି ସେବା ବର୍ତ୍ତମାନ ଭାରତର ୪୦ ସହରରେ ଉପଲବ୍ଧ।

Share