ସମ୍ପାଦକୀୟ/ ସାହସୀ ଦୂତୀ

୬ ସେପ୍ଟେମ୍ବର ୨୦୧୮ରେ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ କହି ସୁପ୍ରିମକୋର୍ଟ ଆଇପିସିର ଦଫା ୩୭୭କୁ ଉଚ୍ଛେଦ କରି ଐତିହାସିକ ରାୟ ଦେଇଥିଲେ। ଏହାକୁ ଏଲ୍‌ଜିବିଟି (ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ ଆଣ୍ଡ୍‌ ଟ୍ରାନ୍ସଜେଣ୍ଡର) ବର୍ଗ ଅତି ଉଲ୍ଲାସର ସହ ସ୍ବାଗତ କରିଥିଲା। ଉକ୍ତ ରାୟକୁ ସମ୍ମାନର ସହ ବଞ୍ଚିବାର ଅଧିକାର ବୋଲି କୁହାଯାଇଥିଲା। ଏହି ରାୟ ପରେ ଅନେକ କ୍ଷେତ୍ରରୁ ଲୋକ ସେମାନଙ୍କ ସମଲିଙ୍ଗୀ ସମ୍ପର୍କ ବିଷୟରେ ପ୍ରକାଶ କରିଛନ୍ତି। ଏହା ସତ୍ତ୍ୱେ ଭାରତବର୍ଷରେ ଏଭଳି ସମ୍ପର୍କକୁ ଘୃଣା ଚକ୍ଷୁରେ ଦେଖାଯାଉଛି ଏବଂ ସମଲିଙ୍ଗୀଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଛି।
୧୯ ମେ ୨୦୧୯ରେ ସାଧାରଣ ନିର୍ବାଚନର ଏକ୍‌ଜିଟ ପୋଲ ବା ବୁଥ୍‌ଫେରନ୍ତା ମତକୁ ନେଇ ଭୂତ ସମସ୍ତଙ୍କ ଉପରେ ସବାର ଥିବା ବେଳେ ସେହି ଦିନ ଓଡ଼ିଶାର ତାରକା ଧାବିକା ଦୂତୀ ଚାନ୍ଦ ତାଙ୍କ ବ୍ୟକ୍ତିଗତ ଜୀବନରେ ସମଲିଙ୍ଗୀ ସମ୍ପର୍କକୁ ନେଇ ସାଧାରଣରେ ପ୍ରକାଶ କରିଥିଲେ। ବାନ୍ଧବୀଙ୍କ ସହ ତାଙ୍କର ସମ୍ପର୍କ ରହିଛି ଏବଂ ସେହି ସମ୍ବନ୍ଧକୁ ସେ ଆଗକୁ ନେବା ବିଷୟ କହିଛନ୍ତି। ଏହାକୁ ନେଇ ତାଙ୍କ ପରିବାରବର୍ଗ ଅତି କ୍ରୋଧିତ ଏବଂ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯାଉଛି ବୋଲି ଦୂତୀ ୨୧ ମେ’ରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। କିନ୍ତୁ ସେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।
ଦୂତୀଙ୍କ କ୍ରୀଡ଼ା କ୍ୟାରିୟର ଦେଖିଲେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସୁନାମ ଅର୍ଜନ କରିବା ସହ ପଦକ ବିଜୟୀ ହୋଇଛନ୍ତି। ଟ୍ରାକ୍‌ରେ ଦୌଡ଼ି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଏହି ୨୩ ବର୍ଷୀୟା ଯୁବତୀ ଯେତେବେଳେ ବ୍ୟକ୍ତିଗତ ଜୀବନ ବିଷୟରେ ସାଧାରଣରେ ସତ କଥା ପ୍ରକାଶ କରିଦେଲେ, ତା’ ପରଠାରୁ ପରିବାର, ନିଜ ଅଞ୍ଚଳ ତଥା ବିଭିନ୍ନ ମହଲରେ ତାଙ୍କୁ ଘୋର ସମାଲୋଚନା କରାଯାଉଛି। ଆଇପିସିର ଦଫା ୩୭୭କୁ ସୁପ୍ରିମକୋର୍ଟ ଉଚ୍ଛେଦ କରିଦେବା ପରେ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ବିଧି ହୋଇଯାଇଛି। ଫଳରେ ଭାରତ ସମତାବାଦ ବା ସମାନ ଅଧିକାରକୁ ସମର୍ଥନ କରୁଥିବା ଦେଶ ଭାବେ ଗଣାଯାଇଛି। ଜଣଙ୍କ ବ୍ୟକ୍ତିଗତ ପସନ୍ଦକୁ ସମ୍ମାନ ଦିଆଯିବା ହେଉଛି ଏକ ପ୍ରଗତିଶୀଳ ଚିନ୍ତାଧାରା। ହେଲେ ଭାରତରେ ରକ୍ଷଣଶୀଳ ମନୋଭାବ ଅନେକ ସମୟରେ ସମଲିଙ୍ଗୀ ସମ୍ପର୍କକୁ ଖରାପ ଦୃଷ୍ଟିରେ ଦେଖିଥାଏ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଲୋକେ ବ୍ୟକ୍ତିଗତ ଜୀବନ ଉପରେ ସତ କଥା ସାଧାରଣରେ ପ୍ରକାଶ କରିବାକୁ ଉଚିତ ମଣିଥାଆନ୍ତି। ଅନ୍ତର୍ଜାତୀୟ ସ୍ତରର ସୁପ୍ରସିଦ୍ଧ ଟେନିସ ଖେଳାଳି ବିଲ୍‌ ଜିନ୍‌ କିଙ୍ଗ୍‌ ଏବଂ ମାର୍ଟିନା ନାଭ୍ରାତିଲୋଭାଙ୍କ ସମଲିଙ୍ଗୀ ସମ୍ପର୍କ ଏହାର ବଳିଷ୍ଠ ଦୃଷ୍ଟାନ୍ତ। କୁହାଯାଏ ସତ କହିବା ଲାଗି ସାହସ ଦରକାର। ଦୂତୀ ସେହିଭଳି ସାହସ ପ୍ରଦର୍ଶନ କରିପାରିଥିବାରୁ ସେ ଭାରତର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ଖୋଲାଖୋଲି ନିଜ କଥା କହିଛନ୍ତି। ତାଙ୍କ ସହ ସମ୍ପର୍କରେ ଥିବା ଅନ୍ୟ ଯୁବତୀଙ୍କ ଘର ମଧ୍ୟ ନିଜ ଗାଁରେ ବୋଲି ସେ ପ୍ରକାଶ କରିଛନ୍ତି। ଏହା କହିଲା ବେଳେ ସେ ତାଙ୍କ ବାନ୍ଧବୀଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବା ଦେଖିବାକୁ ମିଳିଛି।
ଦୂତୀଙ୍କ ଦୌଡ଼ ଯାତ୍ରା ଅତ୍ୟନ୍ତ କଷ୍ଟକର ଥିଲା। ଏକ ଗରିବ ପରିବାରରୁ ଆସିଥିବା ଏହି ଧାବିକା ଜୀବନର ପ୍ରତିଟି ପଦକ୍ଷେପରେ ବାଧା ସହିଛନ୍ତି। ତାଙ୍କ ଖେଳ କ୍ୟାରିୟର ଯେତେବେଳେ ଉତ୍ତୁଙ୍ଗ ଛୁଉଁଥିଲା, ସେତେବେଳେ ଶାରୀରିକ ଗଠନ ଓ ଲିଙ୍ଗଗତ ବିବାଦ ମଧ୍ୟକୁ ସେ ଟାଣିହୋଇ ଆସିଥିଲେ। ଦେହରେ ଅତ୍ୟଧିକ ପୁରୁଷ ହର୍‌ମୋନ୍‌ ହାଇପରଆଣ୍ଡ୍ରୋଜେନିଜମ୍‌ କାରଣରୁ ସେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ଆଇଏଏଏଫ୍‌) ଦ୍ୱାରା ବାସନ୍ଦ ହୋଇଥିଲେ। ସେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଅଫ୍‌ ସ୍ପୋଟର୍‌ସ (କାସ୍‌)ର ଦ୍ୱାରସ୍ଥ ହୋଇ ଶେଷରେ ବିଜୟୀ ହୋଇଥିଲେ ଓ କ୍ରୀଡ଼ା କ୍ଷେତ୍ରରେ ପୁଣି ସଫଳତା ହାସଲ କରିଥିଲେ। ଏବେ ସମଲିଙ୍ଗୀ ସମ୍ପର୍କକୁ ନେଇ ଘରୁ ବାହାର ଯାଏ ଦୂତୀ ଯେମିତି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ଏଭଳି ସମୟରେ ତାଙ୍କୁ ନୈତିକ ସମର୍ଥନ ମିଳିବା ଜରୁରୀ ହୋଇପଡ଼ିଛି। ଦୁଃଖର ବିଷୟ, ଏପର୍ଯ୍ୟନ୍ତ କ୍ରୀଡ଼ା ଜଗତରୁ ମଧ୍ୟ ତାଙ୍କୁ ସେଭଳି ସମର୍ଥନ ମିଳିନାହିଁ। କୁହାଯାଉଛି ଯେ, ଏବେ ତାଙ୍କ ଜୀବନ ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ଏଭଳି ସ୍ଥଳେ ସବୁ ଓଡ଼ିଆ ଦୂତୀଙ୍କୁ ସମର୍ଥନ ଦେବା ପାଇଁ ଆଗେଇ ଆସିବା ଉଚିତ। ସମୟ ଆସିଛି ସଂକୀର୍ଣ୍ଣ ଚିନ୍ତାଧାରାରୁ ଊର୍ଦ୍ଧ୍ୱକୁ ଉଠି ଦେଶର ଭଲମନ୍ଦ ଉପରେ ଆଲୋଚନା ଓ ବିଚାର କରିବାର। ଜଣେ ବ୍ୟକ୍ତିର ସମ୍ପର୍କ ଓ ପସନ୍ଦ ତାଙ୍କ ବ୍ୟକ୍ତିଗତ ବ୍ୟାପାର। ତାହା ସେତିକିରେ ସୀମିତ ରହିବା ଦରକାର। ତା’ ନ ହେଲେ ବଞ୍ଚିବାର ସ୍ବାଧୀନତା ଏ ଦେଶରେ କ୍ଷୁଣ୍ଣ ହେଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri