ସମ୍ପାଦକୀୟ/ ବାଉଳା ବିକାଶ

ନୀତି ଆୟୋଗ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ୨୦୧୯-୨୦କୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ୩୦ ଡିସେମ୍ବରରେ ଉନ୍ମୋଚନ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ କେରଳ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ତେଲଙ୍ଗାନା ରାଜ୍ୟସ୍ତରରେ ପ୍ରମୁଖ ସ୍ଥାନରେ ରହିଛନ୍ତି। ଉତ୍ତର ପ୍ରଦେଶ, ଓଡ଼ିଶା ଏବଂ ସିକ୍କିମ ସର୍ବାଧିକ ଉନ୍ନତି କରିଛନ୍ତି। କିନ୍ତୁ ପୂର୍ବବର୍ଷ ତାଲିକାର ଶୀର୍ଷରେ ଥିବା ଗୁଜରାଟ ଏ ଦିଗରେ ସେଭଳି ପ୍ରଗତି କରିପାରି ନାହିଁ। ସଂଗୃହୀତ ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଜଳ ଓ ପରିମଳ, ଶକ୍ତି ଓ ଶିଳ୍ପ କ୍ଷେତ୍ରରେ ଉନ୍ନତି ଦେଖାଦେଇଥିବାରୁ ଭାରତର କମ୍ପୋଜିଟ୍‌ ସ୍କୋର ବା ସାମଗ୍ରିକ ସ୍କୋରରେ ୩ ପଏଣ୍ଟ ବୃଦ୍ଧି ଘଟିଛି।
ନୀତି ଆୟୋଗଙ୍କ ଏଭଳି ସକାରାତ୍ମକ ରିପୋର୍ଟରେ ତଥ୍ୟ କେତେ ବାସ୍ତବ ରହିଛି, ତାହା ସାଧାରଣ ଲୋକଙ୍କ ପକ୍ଷେ ଜାଣିବା କଷ୍ଟକର। ଜନସାଧାରଣ ପ୍ରକୃତ ବିକାଶକୁ ଉପଲବ୍‌ଧି କରିଥାଆନ୍ତି। ପରିସଂଖ୍ୟାନ ଜରିଆରେ ତଥ୍ୟ ପ୍ରକାଶ ପାଇବା ହେଉଛି ଏକ ପ୍ରଶାସନିକ ବ୍ୟାୟାମ। ଏଭଳି ସ୍ଥଳେ ଓଡ଼ିଶା କଥା ଦେଖାଯାଉ। ୨୦୧୮ରେ ସରକାରୀ ରିପୋର୍ଟରେ କୁହାଯାଇଥିଲା ଯେ ରାଜ୍ୟରେ ପ୍ରାୟ ୬୮ ଲକ୍ଷ ଲୋକ ସର୍ବନିମ୍ନ ଜଳ ପାଇବାରୁ ବଞ୍ଚିତ ହୋଇଥିଲେ। ୨୦୧୯ରେ ଏହି ସଂଖ୍ୟାରେ ସମ୍ଭବତଃ କିଛିଟା ଉନ୍ନତି ଘଟିଥାଇପାରେ। କିନ୍ତୁ ଏହା ନିଶ୍ଚିତ ଯେ ରାଜ୍ୟର ବହୁ ଲୋକ ଜଳ ବିହୁନେ ଛଟପଟ ହେଉଛନ୍ତି। ଗ୍ରୀଷ୍ମ ଋତୁରେ ଅବସ୍ଥା ଅଧିକ ସଙ୍ଗିନ ହୋଇଯାଉଛି। କିନ୍ତୁ ନୀତି ଆୟୋଗଙ୍କ ରିପୋର୍ଟ ଓଡ଼ିଶାକୁ ସର୍ବାଧିକ ଉନ୍ନତି ତାଲିକାରେ ରଖିଛି। ଆମେ ଏଠାରେ ରହି ଯାହା ଅନୁଭବ କରୁଛେ, ତାହା ରିପୋର୍ଟରେ ପ୍ରକାଶିତ ତଥ୍ୟଠାରୁ ଭିନ୍ନ। ଏସ୍‌ଡିଜିରେ ଜଳ ଓ ପରିମଳ, ଶକ୍ତି ଓ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିଛି ବୋଲି କୁହାଯାଉଛି। ବାସ୍ତବ ଚିତ୍ର ଭିନ୍ନ ଗାଥା ଗାଉଛି। ଏହି ପରିପ୍ରେକ୍ଷୀରେ ଫ୍ରାନ୍ସ ଅର୍ଥନୀତିଜ୍ଞ ଗାଏ ସୋରମାନ ଭାରତୀୟ ଅର୍ଥନୀତି ଉପରେ ଦେଇଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ସେ ୨୯ ଡିସେମ୍ବରରେ କହିଛନ୍ତି ଯେ, ଭାରତ ସରକାରଙ୍କ ଧ୍ୟାନ ଏବେ ରାଜନୈତିକ ପ୍ରସଙ୍ଗ ଆଡ଼କୁ ଚାଲିଯିବାରୁ ଏହା ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏଥିଲାଗି ଉଭୟ ଘରୋଇ ଓ ବିଦେଶର ନିବେଶକମାନେ ଭୟଭୀତ ହୋଇ ଭାରତରେ ନିବେଶ ଲାଗି ମୁହଁ ମୋଡ଼ୁଛନ୍ତି। ଏହା ସୋରମାନଙ୍କ ବ୍ୟକ୍ତିଗତ ମତ ହୋଇଥିଲେ ମଧ୍ୟ ସରକାରଙ୍କ କଥା ଓ କାର୍ଯ୍ୟରେ ଦେଖାଦେଉଥିବା ଫରକ ବୁଝାପଡ଼ିଯାଉଛି। ସମସ୍ତେ ଜାଣନ୍ତି, ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗତ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଏହା ୪.୫ ପ୍ରତିଶତକୁ ଖସିଛି। ମାନ୍ଦାବସ୍ଥା ଯୋଗୁ ଭାରତରେ ନିବେଶ, ନିଯୁକ୍ତି, ଚାହିଦା ଏବଂ ଖାଉଟିଙ୍କ ଖର୍ଚ୍ଚ କମିବାରେ ଲାଗିଛି। ଅଥଚ ନୀତି ଆୟୋଗ ରିପୋର୍ଟ କହୁଛି, ଶିଳ୍ପ କ୍ଷେତ୍ରରେ ନିରନ୍ତର ବିକାଶ ଘଟୁଛି। କିନ୍ତୁ ବାସ୍ତବ ପରିସ୍ଥିତି ସହ ରିପୋର୍ଟକୁ ଦେଖିଲେ ତାଳମେଳ ଘଟୁ ନାହିଁ।
ଏଠାରେ ମନେପଡ଼ୁଛି ଗତ ମାସ ଜାତୀୟ ପରିସଂଖ୍ୟାନ ଅଫିସ (ଏନ୍‌ଏସ୍‌ଓ) ପକ୍ଷରୁ ଖାଉଟିଙ୍କ ଖର୍ଚ୍ଚ କମିବା ସମ୍ପର୍କିତ ପ୍ରକାଶିତ ରିପୋର୍ଟ କଥା। ଏଥିରେ ଦର୍ଶାଯାଇଥିଲା ଯେ ଗତ ବର୍ଷକ ମଧ୍ୟରେ ଲୋକଙ୍କ ମାସିକ ହାରାହାରି ଖର୍ଚ୍ଚ ୪ ଦଶନ୍ଧି ମଧ୍ୟରେ ସବୁଠାରୁ କମ୍‌ ରହିଛି। ଏଥିରୁ ବୁଝିବାକୁ ହେବ, ଭାରତରେ ନିରନ୍ତର ବିକାଶରେ ବାଧା ସୃଷ୍ଟି ହୋଇଛି। ଏ ବିଷୟ ଜଣାପଡ଼ିଯିବା ପରେ କେନ୍ଦ୍ର ସରକାର ତତ୍‌କ୍ଷଣାତ୍‌ କହିବସିଲେ ଯେ, ଏନ୍‌ଏସ୍‌ଓ ତଥ୍ୟର ଗୁଣବତ୍ତା ଠିକ୍‌ ନ ଥିଲା। ଏବେ ସରକାରୀ ସଂସ୍ଥା ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଏସ୍‌ଡିଜି ସଂକ୍ରାନ୍ତରେ ସକାରାତ୍ମକ ରିପୋର୍ଟ ଦେଇଥିବାରୁ ତାହାକୁ ସରକାର ସତ୍ୟ ବୋଲି କହିଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ଅସତ୍ୟତା ଜଣାପଡ଼ିବାର ଆଶଙ୍କା ରହିଛି। କାରଣ ଦେଶ ଓ ରାଜ୍ୟଗୁଡ଼ିକ ବାସ୍ତବରେ କିଭଳି ଉନ୍ନତି କରୁଛନ୍ତି, ତାହା ଜନସାଧାରଣ ହୃଦୟଙ୍ଗମ କରୁଛନ୍ତି। ସାଧାରଣ ନାଗରିକ ବୁଝିଲେଣି, ବିକାଶ ଏବେ ବାଉଳା।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri