ସମ୍ପର୍କ ବିଚ୍ଛେଦ ପୂର୍ବରୁ ଦେଇଥାଏ କିଛି ସଙ୍କେତ: ଜାଣନ୍ତୁ ସେ ସମ୍ପର୍କରେ…

ପାର୍ଟନରଙ୍କ ମଧ୍ୟରେ ପ୍ରାୟ ସମୟ ଛୋଟବଡ଼ କଥାକୁ ନେଇ ଝଗଡା ହୋଇଥାଏ। ପରେ ପୁଣି ଏହାର ସମାଧାନ କରି ସେମାନେ ପୂର୍ବ ପରି ମିଶିଥା’ନ୍ତି। ମାତ୍ର ସବୁ ସମୟରେ ଏହା ଭାବିବା ଭୁଲ, ଯେଉଁଠି ଏହି ଛୋଟଛୋଟ ମନୋମାଳିନ୍ୟରେ ସମ୍ପର୍କ ଭାଙ୍ଗିବାର ଆଶଙ୍କା ଦେଖାଯାଇଥାଏ। ତେବେ ଏହିସବୁ ଘଟଣାରେ କେତେକ ସଙ୍କେତ ଅଛି, ଯାହା ସୂଚାଏ ଆପଣଙ୍କ ପାର୍ଟନର ଆପଣଙ୍କଠାରୁ ଦୂରେଇ ଯାଉଛନ୍ତି ବୋଲି।

ପ୍ରଥମ, ଯଦି ପାର୍ଟନର ଆପଣଙ୍କୁ କଥା ଶେୟାର ନ କରନ୍ତି। ସମସ୍ତେ ସେମାନଙ୍କ ପାର୍ଟନରଙ୍କୁ ଅଧିକ ନିଜର ଭାବିଥାନ୍ତି। ସବୁ କଥା ସେମାନଙ୍କୁ କହୁଥିବା ବେଳେ ସମ୍ପର୍କ ବିଚ୍ଛେଦ ପୂର୍ବରୁ ଏହିସବୁ କଥା କହିବା ବନ୍ଦ କରି ଦେଇଥାଆନ୍ତି।

ଯଦି ପ୍ରତିଟି କଥାରେ ଉଭୟଙ୍କ ମଧ୍ୟରେ ଝଗଡା ହୁଏ ଏବଂ ସମାଧାନର ନାଁ ନିଏ, ତେବ ଜାଣନ୍ତୁ ସମ୍ପର୍କର ଶେଷ ସମୟ ଚାଲିଲାଣି।

ଅନେକ ସମୟରେ ସମ୍ପର୍କ ବିଚ୍ଛେଦ କଥା ଉଠିବା ପରେ ମଧ୍ୟ ଯଦି ପାର୍ଟନରଙ୍କୁ ଏ ସମ୍ପର୍କରେ କୌଣସି ଭାବନା କିମ୍ବା ପଶ୍ଚାତ୍ତାପ ନ ଆସେ, ତେବେ ଜାଣନ୍ତୁ ତାହା ଖୁବ୍‌ କମ୍‌ ଦିନ।